ବାରବାଟୀରେ ଟି-୨୦: ଟିକେଟ କିଣିବାକୁ ନେଇ ମହାଯୁଦ୍ଧ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ଚାଲିଛି ଟିକେଟ ବିକ୍ରି । କ୍ରିକେଟ ମ୍ୟାଚକୁ ନେଇ ଲୋକଙ୍କ ଗହଳି ଲାଗିରହିଛି । ଏହାରି ଭିତରେ ଟିକେଟ ନେବା ପାଇଁ ମହାଯୁଦ୍ଧ ଦେଖିବାକୁ ମିଳିଛି । ଟିକେଟ କାଉଣ୍ଟର ସାମ୍ନାରେ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ ମିଳିଛି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଲାଇନରେ ଥିବା ମହିଳାଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା ।
ଅନ୍ୟପଟେ ହଜାର ହଜାର ଲୋକ ଟିକେଟ କାଉଣ୍ଟର ଆଡକୁ ମାଡିଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଉଦ୍ୟମ କରିଥିଲେ ।

Leave a comment