ଦ୍ୱାଦଶତମ ଜାତୀୟ ମହିଳା ହକି: ଓଡିଶାକୁ ପ୍ରଥମ ଟ୍ରଫି

0

ଭୁବନେଶ୍ୱର : ଭୋପାଳରେ ଆୟୋଜିତ ଦ୍ୱାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜୟ ହାସଲ କରିଛି । ମଙ୍ଗଳବାର ଫାଇନାଲରେ ଓଡ଼ିଶା ୨-୦ ଗୋଲରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା । ଫାଇନାଲର ପ୍ରଥମ ଦୁଇ କ୍ୱାର୍ଟର ଗୋଲ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ପୁନମ ବାର୍ଲାଙ୍କ ଗୋଲରେ ଓଡ଼ିଶା ଆଗୁଆ ହୋଇଥିଲା । ଚତୁର୍ଥ କ୍ୱାର୍ଟରରେ ଅସିମ କାଞ୍ଚନ ବାର୍ଲା ଦ୍ୱିତୀୟ ଗୋଲ ସ୍କୋର କରି ଓଡ଼ିଶାକୁ ବିଜୟ କରାଇଥିଲେ । ସେମିଫାଇନାଲରେ ଝାଡ଼ଖଣ୍ଡକୁ ଓ କ୍ୱାର୍ଟର ଫାଇନାଲରେ ମଧ୍ୟପ୍ରଦେଶକୁ ହରାଇ ଓଡ଼ିଶା ଫାଇନାଲରେ ପହଞ୍ଚିଥିଲା ।

ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଏଗର ଯୋଶେଫ ମାସ୍କେରେନହାସ ବିଜୟ ପରେ କହିଥିଲେ ଯେ ଓଡ଼ିଶାରେ ପ୍ରବଳ ଗରମ ସତ୍ତେ୍ୱ ଦିନକୁ ଦୁଇଥର କଠିନ ଅଭ୍ୟାସ କରିଥିଲେ । ବରିଷ୍ଠ ଖେଳାଳୀମାନେ ଦଳକୁ ଏକାଠୀ ରଖିଥିବା ବେଳେ ଗୋଲରକ୍ଷକ ମଧ୍ୟ ଚମକ୍ରାର ଭାବେ ଖେଳିଥିଲେ ବୋଲି ପ୍ରଶିକ୍ଷକ ପ୍ରତିକ୍ରିୟା ରଖିଥିଲେ । ଯେ ଲୁସିଲା ଏକ୍କା ଓଡ଼ିଶା ଦଳର ପ୍ରବନ୍ଧକ ଥିଲା ବେଳେ ସୋଭେନ କୁମାର ଫିଜିଓ ତଥା ସହକାରୀ ପ୍ରବନ୍ଧକ ଥିଲେ । ସେହିପରି ଭୂମିକା ଫିଟାନେସ ଟ୍ରେନର ଦାୟିତ୍ୱ ତୁଲାଇଥିଲେ । ଓଡ଼ିଶା ମହିଳା ଦଳର ଏହା ପ୍ରଥମ ଜାତୀୟ ଟ୍ରଫି ।

Leave a comment