ପୁଣିଥରେ ଥରିଲା ତୁର୍କୀ

0

ସୋମବାର ତୁର୍କୀ ଏବଂ ସିରିଆର ସୀମାନ୍ତ ଅଞ୍ଚଳରେ ଆଉ ଏକ ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦୁଇ ସପ୍ତାହ ପୂର୍ବରୁ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ବହୁ ଧ୍ୱଂସ ଘଟାଇଥିଲା। ଏଥିରେ ୪୭ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ହଜାର ହଜାର ଘର ନଷ୍ଟ ହୋଇଯାଇଥିଲା।

ସୋମବାରର ଭୂକମ୍ପ ୬.୪ ମ୍ୟାଗ୍ନିଚ୍ୟୁଡର ଥିଲା, ଯାହାର ଭୂକମ୍ପ କେନ୍ଦ୍ର ଦକ୍ଷିଣ ତୁର୍କୀ ସହର ଆଣ୍ଟାକିଆ ନିକଟରେ ଥିଲା। ସିରିଆ, ଇଜିପ୍ଟ ଏବଂ ଲେବାନନରେ ମଧ୍ୟ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା।

ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ରିପୋର୍ଟ କରିଛି ଯେ, ତୁର୍କୀରେ ସୋମବାରର ଭୂକମ୍ପ ୧୦ କିଲୋମିଟର ଗଭୀରରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୦ ରୁ ଅଧିକ ଆହତ ହୋଇଛନ୍ତି।

Leave a comment

You cannot copy content of this page