ତୁଳସୀ ବିଷୟରେ କିଛି ଜଣା ଅଜଣା କଥା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସଭିଁଙ୍କ ଘର ଅଗଣାରେ ଆପଣ ତୁଳସୀ ବୃକ୍ଷ ନିଶ୍ଚୟ ଦେଖିଥିବେ। ଏହାକୁ ପୂଜା କରାଯିବା ସହ ଏକ ଔଷଧୀୟ ବୃକ୍ଷ ବୋଲି ମଧ୍ୟ କୁହାଯାଏ। ଏହାକୁ ବହୁ ପାମ୍ପରିକ ରୂପରେ ଆୟୁର୍ବେଦିକ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ
– ଓଜନ ହ୍ରାସ କରିବା ପାଇଁ ଏହା ଏକ ପ୍ରାକୃତିକ ଉପଚାର।
– ଏଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।
– ଏହାସହ ତୁଳସୀ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ଭିଟାମିନ ସିର ଏକ ଉତ୍ତମ ସ୍ରୋତ।
– ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା , ଖାଲି ପେଟରେ ୩ ରୁ ୪ଟି ତୁଳସୀ ପତ୍ର ଖାଇବା ଦ୍ୱାରା କିମ୍ବା ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ।
– ଓଜନ ପାଇଁ ଏହି ପ୍ରକାରେ ତୁଳସୀକୁ ବ୍ୟବହାର କରନ୍ତୁ….
– ଏକ ପାତ୍ରରେ ଏକ ଗ୍ଲାସ ପାଣିରେ ତୁଳସୀର ୪ ରୁ ୫ଟି ପତ୍ର ପକାଇ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣି ପିଅନ୍ତୁ।