ମହିଳାମାନେ କଦାପି ଖୋଲା କେଶରେ ତୁଳସୀ ରେ ଜଳ ଦେବା ଉଚିତ ନୁହେଁ, ଜୀବନ କୁ ମାଡି ଆସିଥାଏ ବିପଦ

0

ତୁଳସୀ ବୃକ୍ଷ ହେଉଛି ଗୋଟିଏ ଏପରି ବୃକ୍ଷ ଯାହାର ଆମ ହିନ୍ଦୁ ଧର୍ମରେ ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ମହତ୍ୱ ରହିଛି l ହିନ୍ଦୁ ଘରର ମାନ୍ୟତା ଅନୁସାରେ ଘର ଅଗଣାରେ ତୁଳସୀ ବୃକ୍ଷ ରହିବା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l ତୁଳସୀ ବୃକ୍ଷ ଘରର ବାତାବରଣ ରେ ଶୁଦ୍ଧତା ଆଣିଥାଏ ଓ ବାସ୍ତୁ ଦୋଷ ଠିକ କରିଥାଏ l

* ବାସ୍ତୁଦୋଷ ଅନୁସାରେ ଉପଯୁକ୍ତ ଦିଗ –
ତୁଳସୀ ବୃକ୍ଷକୁ ସବୁବେଳେ ଠିକ ଦିଗରେ ଲଗାଇବା ଆବଶ୍ୟକ l ଯଦି ଉତ୍ତର ପୂର୍ବ ଦିଗ ଛଡା ଅନ୍ୟ ଦିଗରେ ଲଗାଇବା ତେବେ ଘରର ବାତାବରଣ ଶୁଦ୍ଧ ହୋଇଥାଏ l ନଚେତ ଶାରୀରିକ ହାନି ସହିତ ଆର୍ଥିକ ହାନି ମଧ୍ୟ ହୋଇଥାଏ l

* ମହିଳା ମାନେ ଖୋଲା କେଶ ରେ ତୁଳସୀ ମୂଳରେ ଜଳ ଦେବା ଉଚିତ ନୁହେଁ –
ସାଧାରଣତଃ ମହିଳା ମାନେ ଗାଧୋଇ ସାରିବା ପରେ ଖୋଲା କେଶ ରେ ତୁଳସୀ ବୃକ୍ଷରେ ଜଳ ଦେଇ ଥାଆନ୍ତି l ତୁଳସୀଙ୍କ ବିଷ୍ନୁ ଙ୍କ ନିକଟରୁ ଅହ୍ଯ ସୁଲକ୍ଷଣୀ ହେବାର ବରଦାନ ମିଳିଥାଏ l ତେଣୁ ସକାଳୁ ଗାଧୋଇ ସାରି କେଶ କୁ ବାନ୍ଧି ମୁଣ୍ଡରେ ସିନ୍ଦୁର ଲଗାଇ ତୁଳସୀ ଙ୍କୁ ପାଣି ଦେବା ଦ୍ୱାରା ସୌଭାଗ୍ୟ ରେ ବୃଦ୍ଧି ହୋଇଥାଏ l କାରଣ ଖୋଲା କେଶ କାମୁକ ଭାବକୁ ଦର୍ଶାଇ ଥାଏ l ତେଣୁ ଶାସ୍ତ୍ର ଅନୁସାରେ ଯଦି ସଧବା ନାରୀ ଖୋଲା କେଶ ରେ ତୁଳସୀଙ୍କ ଜଳ ଅର୍ପଣ କରିଥାଏ ସ୍ୱାମୀଙ୍କ ଜୀବନ ରେ ବିପଦ ଆସିଥାଏ

* ଏହିସବୁ କାର୍ଯ୍ୟ ତୁଳସୀ ନିକଟ ରେ କରନ୍ତୁ ନାହିଁ –
ତୁଳସୀ ନିକଟରେ କଦାପି ଆବର୍ଜନା ରଖିବା ଉଚିତ ନୁହେଁ, ତୁଳସୀ ବୃକ୍ଷ ନିକଟରେ ଅନ୍ୟ କୌଣସି ଗଛ ଲଗାଇବା ଠିକ ନୁହେଁ, ପ୍ରତି ଶନିବାର ଦିନ ତୁଳସୀ ରେ ଦୁଗ୍ଧ ଓ ଜଳ ମିଶାଇ ଅର୍ପଣ କରିବା ଦ୍ୱାରା ଘରୁ ଦରିଦ୍ରତା ନାଶ ହୋଇଥାଏ l

* ସନ୍ଧ୍ୟା ସମୟରେ ତୁଳସୀ ନିକଟରେ ଏହି କାର୍ଯ୍ୟ କରନ୍ତୁ ନାହିଁ –
ସନ୍ଧ୍ୟା ସମୟ ରେ ଯଦି ତୁଳସୀ କୁ ପୂଜା କରୁଛନ୍ତୁ ତେବେ କଦାପି ଜଳ ଅର୍ପଣ କରନ୍ତୁ ନାହିଁ ଏହାଦ୍ୱାରା ଘରକୁ ବିପଦ ଆସିଥାଏ l ଏହାପରେ ଯେବେବି ତୁଳସୀ ନିକଟରେ ସନ୍ଧ୍ୟା ସମୟ ରେ ତୁଳସୀ ନିକଟରେ ଦୀପ ଜଳାଉଛନ୍ତି ଦୀପ ଲିଭିବା ପରେ ତୁରନ୍ତ ଦୀପ ଉଠାଇ ନିଅନ୍ତୁ l ନଚେତ ଜୀବନରେ ଦରିଦ୍ରତା ଦେଖାଦିଏ l

Leave a comment