ଟିକେଟ ଯାଞ୍ଚବେଳେ ମହିଳାଙ୍କୁ ଦୁର୍ବବ୍ୟହାର, ଭିଡିଓ ଭାଇରାଲ

0

ଓଡିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନରେ ଟିକେଟ ଯାଞ୍ଚବେଳେ ଜଣେ ମହିଳାଙ୍କୁ ଟିଟିଇ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳାଙ୍କୁ ପ୍ଲାଟଫର୍ମ ମଧ୍ୟରେ ଟିକେଟ ଯାଞ୍ଚ କରୁଥିବାବେଳେ ଟିଟିଇ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଏପରିକି ମହିଳାଙ୍କ ପରିବାର ଲୋକଙ୍କ ସହ ଟିଟିଇ କଥା କଟାକଟି ଓ ପରେ ହାତାହାତି ଯାଏଁ କଥା ଯାଇଥିଲା । ଏହି ଘଟଣା ଗତ ବୁଧବାର ଦିନ ହୋଇଥିଲା। ବୁଧବାର ଦିନ ବାଙ୍ଗିରିପୋଷି ଭୁବନେଶ୍ୱର ବାରିପଦା ସୁପରଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ପ୍ଲାଟଫର୍ମରେ ଦୁଇ ଜଣ ଟିଟଇ ଟିକେଟ ଯାଞ୍ଚ କରୁଥିଲେ । ଏହି ଟ୍ରେନରେ ବାଲେଶ୍ୱର ଅଞ୍ଚଳରୁ ଜଣେ ମହିଳା ଓ ତାଙ୍କ ପରିବାର ଭୁବନେଶ୍ୱର ଆସିଥିଲେ । ଟିକେଟ ଯାଞ୍ଚ ସମୟରେ ଟିଟିଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ କହିବା ପରେ ସେଠାରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ପରେ ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

Leave a comment