କାଲିଠୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ, ଭୁବନେଶ୍ୱରରେ ପହଞ୍ଚିଲା ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାରଠାରୁ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ (ଟିଟି) । ଏଥିରେ ଭାରତ ସମେତ ଅଷ୍ଟ୍ରେଲିଆ, ବାଲାଂଦେଶ, ସାଇପ୍ରସ, ଇଂଲଣ୍ଡ, ମାଲେସିଆ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟଲ୍ୟାଣ୍ଡ, ଦକ୍ଷିଣଆଫ୍ରିକା, ସିଙ୍ଗାପୁର ଓ ୱେଲସ ଆଦି ଟିମ୍ ଭାଗ ନେବେ । ତେବେ ଟେବୁଲ ଟେନିସର ୨୧ତମ ସଂସ୍କରଣରୁ ଏବେ ସୁଦ୍ଧା ୫ ଦଳ ବାଦ ପଡ଼ି ସାରିଲେଣି । ପୂର୍ବରୁ ଉଗାଣ୍ଡା ଓ ଜର୍ସି ଭିଜା ଜନିତ ସମସ୍ୟା ଦର୍ଶାଇ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏବେ ଘାନା, ଗୁୟାନା ଓ ପାକିସ୍ତାନ ଯୋଗ ଦେବେ ନାହିଁ ବୋଲି ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆକୁ ଦର୍ଶାଇଛନ୍ତି ।

ତେବେ ତେବେ ଭାରତୀୟ ଦଳର ମାନଭ ଠାକର, ଅର୍ଚ୍ଚନା କାମଥ, ମନିକା ବାତ୍ରା ଓ ଶରଥ କମଲ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡିଛି । ଅନ୍ୟଖେଳାଳିମାନେ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭୁବନେଶ୍ୱରେ ପହଞ୍ଚିବେ ବୋଲି ରାଜ୍ୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମଙ୍ଗଳବାର ୱେଲସ, ସାଉଥ ଆଫ୍ରିକା, ଇଂଲଣ୍ଡ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଖେଳାଳିଙ୍କ ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a comment