ଆଫଗାନିସ୍ତାନକୁ ପାଣ୍ଠି ଯୋଗାଣ ନେଇ ମୋଦିଙ୍କୁ ତାଚ୍ଛଲ୍ୟ କଲେ ଟ୍ରମ୍ପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଫଗାନିସ୍ତାନର ଏକ ପାଠାଗାରକୁ ଭାରତ ପକ୍ଷରୁ ପାଣ୍ଠି ଯୋଗାଣକୁ ନେଇ ନୂଆବର୍ଷରେ ମୋଦିଙ୍କୁ ଟ୍ରମ୍ପ୍‌ ତାଚ୍ଛଲ୍ୟ କରିଛନ୍ତି । ଯୁଦ୍ଧ ପ୍ରଭାବିତ ଦେଶରେ ପାଠାଗାରର କିଛି ମୂଲ୍ୟ ନାହିଁ । ଲାଇବ୍ରେରି ପାଇଁ କିଏ ପାଣ୍ଠି ଯୋଗାଉଛି ତାଙ୍କୁ ଜଣାନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନୂଆବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଭାରତ, ରୁଷିଆ, ପାକିସ୍ତାନ ଓ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଆଫଗାନିସ୍ତାନର ନିରାପତ୍ତା ପାଇଁ ଉତ୍ତରଦାୟୀ ହେବାକୁ ପରାମର୍ଶ ଦେଇଛନ୍ତି । ଟ୍ରମ୍ପ୍‌ ଆହୁରି କହିଥିଲେ, ଆଫଗାନିସ୍ତାନ ଭଳି ଯୁଦ୍ଧ ପ୍ରଭାବିତ ଦେଶରେ ପାଠାଗାରକୁ ପାଣ୍ଠି ଯୋଗାଇବା ନିରର୍ଥକ । କାରଣ ସେଠାରେ କେହି ଲାଇବ୍ରେରିକୁ ପଢ଼ିବା ପାଇଁ ଯାଆନ୍ତି ନାହିଁ । ଭାରତ ଓ ମୋଦିଙ୍କ ସହ ମୋର ସୁସମ୍ପର୍କ ରହିଛି । ମୋଦି ମୋତେ ଅନେକଥର କହିଲେଣି ଯେ ସେ ଆଫଗାନିସ୍ତାନରେ ଏକ ଲାଇବ୍ରେରି ପ୍ରତିଷ୍ଠା କରିଛନ୍ତି । ମୋଦି ନିଜକୁ ବହୁତ ସ୍ମାର୍ଟ ବୋଲି ମୋତେ କହିଥାନ୍ତି । ଆମେ ବୋଧେ ତାଙ୍କୁ କହିବା ଉଚିତ ଯେ, ଲାଇବ୍ରେରି ପାଇଁ ଆପଣଙ୍କୁ ଧନ୍ୟବାଦ । କାରଣ ସେହି ପାଠାଗାରକୁ କିଏ ବ୍ୟବହାର କରୁଛି ତାହା ଜଣାନାହିଁ । 

Leave a comment