ଆନ୍ଧ୍ର ରୁ ଗିରଫ ହେଲା ଟ୍ରକ ଡ୍ରାଇଭର, ଦୁର୍ଘଟଣା ରେ ୫ ଜଣ ଛାତ୍ରଛାତ୍ରୀଙ୍କ ହୋଇଥିଲା ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧୯ ତାରିଖ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ଛକ ନିକଟରେ ଛାତ୍ରଛାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥଲ। । ଭଦ୍ରକ ପୋଲିସ ତଦନ୍ତ ପରେ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲା କବିଟି ଥାନା ଅଞ୍ଚଳରୁ ଉକ୍ତ ଟ୍ରକ ଡ୍ରାଇଭର କୁ ଗିରଫ କରିଛି ଭଦ୍ରକ ପୋଲିସ । ଉକ୍ତ ବ୍ୟକ୍ତି ର ନାଁ ଭେଙ୍କଟ ଆଦ୍ରୀ । ଭଦ୍ରକ ଏସଡ଼ିପିଓ ଜଳନ୍ଦର ଜାଲି ଟ୍ରକ ଡ୍ରାଇଭର ର ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି।

Leave a comment