ଟ୍ରକ-କାର ଧକ୍କା ; ଗୋଟିଏ ପରିବାରର ୫ ମୃତ

0

ଲଖନଉ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟ୍ରକ-କାର ଧକ୍କାରେ ୫ ମୃତ। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାର ଇଜତନଗରରେ ଆଜି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, କାରର ଚକା ଫାଟି ଯିବା ପରେ ଏହା ଅନିୟନ୍ତ୍ରିତ ହୋଇ ଟ୍ରକ ସହ ଧକ୍କା ହୋଇ ଥିଲା। ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ କରାଯାଉଛି।

Leave a comment