ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଜଂଳି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୮ ଥର ସାଂସଦ ଏବଂ ୨ ଥର ବିଧାୟକ ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ସକାଳେ ସ୍ୱର୍ଗତଃ ସେଠୀଙ୍କ ପାର୍ଥୀବ ଶରୀର ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହି ଅବସରରେ ଦଳର ବରିଷ୍ଠ ନେତା, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତାମାନେ ସ୍ୱର୍ଗତଃ ସେଠୀଙ୍କ ଅନ୍ତିମ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଜଂଳୀ ଜ୍ଞାପନ
କରିଥିଲେ। ସ୍ୱର୍ଗତଃ ସେଠୀଙ୍କ ମରଶରୀରରେ ଉପରେ ବିଜେପି ଦଳୀୟ ପତାକା ଘୋଡାଯାଇ ତାଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱର୍ଗତଃ ସେଠୀ ଜଳସଂପଦ ମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । ସ୍ୱର୍ଗତଃ ସେଠୀଙ୍କ ବିୟୋଗ ରାଜ୍ୟ ରାଜନୀତି ପାଇଁ ଏକ ଅପୁରଣୀୟ କ୍ଷତି ।
ଏଭଳି ଘଡିସନ୍ଧି ମୁହୁର୍ତରେ ଅମର ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ବରିଷ୍ଠ ନେତାମାନେ କହିଛନ୍ତି ।
ଏହି ଶ୍ରଦ୍ଧାଜଂଳିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ, ମନମୋହନ ସାମଲ, ମୋହନ ଚରଣ ମାଝୀ, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଯତିନ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଶାରଦା ଶତପଥୀ, ରମାରଂଜନ ବଳିଆରସିଂହ, ବିଭୂ ପ୍ରସାଦ ତରାଇ, ଠାକୁର ରଂଜିତ ଦାସ, ପ୍ରଭାତି ପରିଡା, ସୁଶାନ୍ତ ମଲ୍ଲିକ, ସୁରଥ ବିଶ୍ୱାଳ, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ମହେଶ ମହାନ୍ତି, ଶୁଭ୍ରାଂଶୁ ମୋହନ ପାଢୀ, ମନସ୍ମିତା ଖୁଂଟିଆଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।