ଦୁଇ ସହିଦଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଲଓ୍ଵାନ ଉପତ୍ୟକାରେ ସହିଦ ହୋଇଥିବା ଦୁଇ ବୀର ଓଡିଆ ଜବାନଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ।
ବାୟୁସେନାର ସ୍ୱତନ୍ତ୍ର ବିମାନ ଲେହେ ରୁ ଦୁଇ ଓଡିଆ ଯବାନଙ୍କ ମୃତଦେହକୁ ଭୁବନେଶ୍ୱର ଅଣାଯାଇଛି । ଘଟଣା ସ୍ଥଳରେ ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡିସିପି ଶ୍ରୀ ଅଭୟ, ପୂର୍ବତନ ଡିଜିପି, ପୁଲିସ କମିଶନର, ବହୁ ରାଜନେତା ବିମାନ ବନ୍ଦରରେ ପହଞ୍ଚିଥିଲେ । ଦୁଇ ସହିଦ ଯବାନ ହେଲେ ମୟୁରଭଞ୍ଜ ଜିଲ୍ଲାର ସୁବେଦାର ନନ୍ଧୁରାମ ସୋରେନ ଓ କନ୍ଧମାଳର ଚନ୍ଦ୍ରକାନ୍ତ ପ୍ରଧାନ ।

ସେଠାରେ ଦୁଇ ବୀର ଓଡିଆ ପୁଅକୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଶୋକକୁଳ ପରିବେଶ ଭିତରେ ଦୁଇ ସହିଦଙ୍କୁ ଓଡିଶାବାସୀ ସଲାମ ଜଣାଇଛନ୍ତି । ଯବାନଙ୍କ ମୃତଦେହ ନିକଟରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଦୂୁଇ ଓଡିଆ ଓଡିଶାବାସୀ ଆଜି ଗର୍ବିତ । ଦୁଇ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇଛି । ଦୁଇ ଯବାନଙ୍କ ମୃତଦେହ ସେମାନଙ୍କ ଗାଁକୁ ଆମ୍ବୁଲାନ୍ସ ସାହାଯ୍ୟରେ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗଲଓ୍ଵାନ ଉପତ୍ୟକାରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।

Leave a comment