ଉପଚାର : କମ୍ ବୟସରେ କେଶ ପାଚୁଥିଲେ

ଆଜିକାଲି ଅନେକ ଲୋକ କମ୍ ବୟସରେ କେଶ ପାଚିବା ସମସ୍ୟାର ସମ୍ମୁଖୀନ କରୁଛନ୍ତି । ଖାସକରି ଏହାକୁ ନେଇ ଚିନ୍ତାରେ ପଡୁଛନ୍ତି ଯୁବପୀଢି । ଏଥିରୁ ରକ୍ଷା ପାଇବା ପାଇଁ , କିଏ କେତେ କ’ଣ ଉପାୟ ଆପଣାଉଛନ୍ତି । ତେବେ ଏହି ସମସ୍ୟାକୁ କମ୍ କରିବା ପାଇଁ କିଛି ଘରୋଇ ଉପଚାର ରହିଛି , ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
– କେଶ ପାଇଁ ଅଁଳା ବହୁତ୍ ଉପକାରୀ । ତେଣୁ ନଡିଆ ତେଲରେ ଅଳ୍ପ ଅଁଳା ଖଣ୍ଡ ପକାଇ ଫୁଟାଇ, ସେହି ତେଲକୁ ଥଣ୍ଡା କରି ପ୍ରତିଦିନ କେଶରେ ଲଗାଇବେ । ଏହା ଲଗାଇବା ଦ୍ବାରା, କେଶ ଧଳା ହେବା ସମସ୍ୟା କମ୍ ହୋଇଥାଏ ।
– ନଡିଆ ତେଲରେ, ଭ୍ରୁସଙ୍ଗ ପତ୍ର ପକାଇ ଫୁଟାଇବେ । ଏହା ଥଣ୍ଡା ହେବା ପରେ, ତାକୁ ରାତିରେ କେଶରେ ଲଗାଇ ମସାଜ୍ କରି ଶୋଇବେ । ସକାଳେ କେଶକୁ ଧୋଇବେ । ଏପରି କରିବା ଦ୍ବାରା ଏହି ସମସ୍ୟା କମ୍ ହୋଇଥାଏ ।
– ଆଲମଣ୍ଡ ତେଲରେ ଲେମ୍ବୁ ରସ ମିଶାଇ, କେଶରେ ଲଗାଇବା ଦ୍ବାରା, କେଶ ଧଳା ହେବା ସମସ୍ୟା କମ୍ ହେବା ସହିତ, କେଶରେ ଚମକ ଆସେ ।