କେଉଁ କେଉଁ ସ୍ଥାନକୁ ଯାଇଥିଲେ ରାଜ୍ୟର ୫ମ କରୋନା ଆକ୍ରାନ୍ତ, ପଢନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ ତରଫରୁ ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଭୁବନେଶ୍ୱର ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରା (୬୦) ଗତ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟନଗରରେ ଥିବା ମହାଶକ୍ତି କ୍ଲିନିକକୁ କାଶ, ଥଣ୍ଡା ଦେଖାଇବାକୁ ଯାଇଥିଲେ । ଔଷଧରେ ଉପଶମ ନମିଳିବାରୁ ମାର୍ଚ୍ଚ ୧୨ ତାରିଖରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ ।
ଥଣ୍ଡା,କାଶ ନ କମିବା ପରେ ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ ହସ୍ପିଟାଲ ଓପିଡିକୁ ଯାଇଥିଲେ । ମାର୍ଚ୍ଚ ୨୮ ତାରିଖରେ ଏମ୍ସ ଓପିଡିକୁ ଯାଇ ଘରକୁ ଫେରିଥିଲେ । ମାର୍ଚ୍ଚ ୩୧ରେ ଶ୍ୱାସକ୍ରିୟାରେ କଷ୍ଟ ପାଇଁ ସେ ଏମସରେ ଭର୍ତି ହୋଇଥିଲା । ୩୧ ତାରିଖରେ ଶ୍ୱାବ୍ ସାମ୍ପଲ୍ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଥିଲା । ଏପ୍ରିଲ ୧ ତାରିଖରେ ପଜିଟିଭ ରିପୋର୍ଟ ଆସିଥିଲା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ପ୍ରଦୀପ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେ ନେଇ ତଥ୍ୟ ସଂଗ୍ରହ ଚାଲିଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ଯିବା ସହ ପୁରା ସୂର୍ଯ୍ୟନଗରକୁ ସିଲ କରାଯାଇ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।