୧୦୩ ନମ୍ବର କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୧୦୩ ନମ୍ବର କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି ସରକାରଙ୍କ ତରଫରୁ ଜାରି କରାଯାଇଛି । ୧୦୩ ନମ୍ବର କରୋନା ଆକ୍ରାନ୍ତ ରାଉରକେଲା ନାଲା ରୋଡର ୬୦ ବର୍ଷୀୟ ବ୍ୟକ୍ତି । ମାର୍ଚ୍ଚ ୨୨ ରୁ ଏପ୍ରିଲ ୨୩ ଯାଏଁ ତାଲାବନ୍ଦରେ ଘରେ ଥିଲେ । ଏପ୍ରିଲ ୨୧ ରୁ ୨୩ ତାରିଖ ଯାଏଁ ଚିକିତ୍ସାଧିନ ଥିଲେ । ଥଣ୍ଡା ହେବାରୁ ରାଉରକେଲାର ଘରୋଇ ହସ୍ପିଟାଲରେ ଏପ୍ରିଲ ୨୩ରୁ ୨୫ ପର୍ଯ୍ୟନ୍ତ ଚିକିତ୍ସିତ ହେଉଥିଲେ । ନମୁନା ଟେଷ୍ଟ ହେବାପରେ ଏପ୍ରିଲ୍ ୨୫ରେ ପଜିଟିଭ୍ ରିପୋର୍ଟ ଆସିଥିଲା ।