ତମାଣ୍ଡ ଆଇଆଇସିଙ୍କ ବଦଳି, କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଗିରଫଦାରୀ ନେଇ ବଢ଼ିଲା ଆଶଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହେଲେ କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ତାଙ୍କୁ ନିଲମ୍ବିତ କରିଛନ୍ତି । ବାର ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କ ମନ୍ତବ୍ୟ ମୁତାବକ କନେଷ୍ଟବଳ ପ୍ରସନ୍ନ ବେହେରା ତାଙ୍କ ସମ୍ପର୍କୀୟଙ୍କ ସହିତ ବାରଟିକୁ ଲିଜରେ ନେଇ ଚଳାଉ ଥିବା ପ୍ରମାଣିତ ହୋଇଥିଲା । ତେଣୁ ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନିଲମ୍ବିତ କରାଯାଇଛି ।

ସେହିପରି ତମାଣ୍ଡ ଆଇ.ଆଇ.ସି ଙ୍କୁ ଡିସିପି ମୁଖ୍ୟକର୍ଯ୍ୟାଳୟ କୁ ବଦଳି କରାଯାଇଥିବା ବେଳେ ବାର ମାଲିକ ପ୍ରଦ୍ୟୁମ୍ନ ଜେନା, କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଅଟକ ରଖିଛି ପୋଲିସ । ପ୍ରସନ୍ନ ବେହେରା ଗିରଫ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଵିଶେଷ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସେ ବାର ରେ ମଦ ପିଇ ନାଚିବା ଭିଡିଓ ଭାଇରାଲ ହୋଇଥିଲା । ଏବଂ ବିଭିନ୍ନ କାରଣରୁ ସେ ଏକାଧିକ ଥର ନିଲମ୍ବିତ ହୋଇଛନ୍ତି । ମାତ୍ର ନେତା, ମନ୍ତ୍ରୀ ଏବଂ ପୋଲିସ ଉଚ୍ଛାଧୀକାରୀ ସହ ତାଙ୍କ ସୁସମ୍ପର୍କ ଥିବାରୁ ସେ ପୁନର୍ବାର କାର୍ଯ୍ୟ ରେ ଯୋଗ ଦେଉଥିଲେ ।

ଅପରପକ୍ଷରେ ମନୀଷ ଅନୁରାଗଙ୍କ ହତ୍ୟାର ୩ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ଅବଧି ଗୁରୁବାରଠୁ ସରିଛି । କିନ୍ତୁ ରିମାଣ୍ଡରେ ଅଭିଯୁକ୍ତମାନେ ସେହି କାଳ ରାତିର କିଛି ଘଟଣାରେ ନିଜ ସ୍ବୀକାରୋକ୍ତି ରଖିଥିଲେ। କିନ୍ତୁ ହୋଟେଲରୁ ବାହାରିବା ପରେ ଅନେକ ସତକୁ ଏଡ଼ାଇ ଯାଇଛନ୍ତି। ପୋଲିସର ପ୍ରଶ୍ନ ବାଣ ସାମ୍ନାରେ ଗୋଟିଏ ଉତ୍ତର ରଖିଛନ୍ତି, ଆମେ ନିଶାରେ ଚୁର୍‌ ଥିଲୁ, କିଛି ମନେପଡୁନି।

Leave a comment