ଚୀନର ଭୟଙ୍କର ପ୍ଲାନ୍ ବିଷୟରେ କହିଲେ ଟ୍ରମ୍ପ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଚୀନ ତାକୁ କବଜା କରିନେବ ବୋଲି ସେ କହିଛନ୍ତି । ଫକ୍ସ ବିଜନେସକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ତାଇଓ୍ୱାନ ଉପରେ ଚୀନ ଅତିଶୀଗ୍ର ଆକ୍ରମଣ କରିବ । ଏନେଇ ଯୋଜନା ପ୍ରସ୍ତୁତ ସରିଛି । ଏହାସହ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରି ସରକାର ମୁର୍ଖଙ୍କୁ ଧରି ଚାଲିଥିବା କହିଛନ୍ତି ।
ଆମେରିକାର ନେତା ମଜବୁତ ନୁହେଁ । ତେଣୁ ଚୀନ ଓ ଋଷ ନାଲିଆଖି ଦେଖାଉଛନ୍ତି । ଚାଇନା ଗଭୀରତାର ସହ ଋଷ ଓ ୟୁକ୍ରେନ ଯୁଦ୍ଧକୁ ଦେଖୁଛି । ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକାର ନୀରବତାରୁ ଫାଇଦା ନେବାକୁ ଅନେଇ ବସିଛନ୍ତି । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ବେଳେ ବି ଆମେରିକା ଚୁପ୍ ବସିଥିଲା ।
ସେ ଆହୁରି କହିଛନ୍ତି ଯେ, ଜିନପିଙ୍ଗ୍ ବହୁତ ଚାଲାକ । ସେ ଆଫଗାନିସ୍ତାନରେ କଣ ହେଲା ନିଜେ ପରଖିଛନ୍ତି । ଏହାକୁ ସେ ତାଇଓ୍ୱାନ ବିରୋଧରେ ବ୍ୟବହାର କରିବେ । ଆମେରିକା କିପରି ଆଫଗାନିସ୍ତାନରେ ନିଜ ନାଗରିକଙ୍କୁ ଛାଡି ପଳାଇ ଆସିଥିଲା ତାହା ମଧ୍ୟ ଜିନପିଙ୍ଗ୍ ଦେଖିଛନ୍ତି ।
ସୂଚନାଯୋଗ୍ୟ, ତାଇଓ୍ୱାନ ରାଷ୍ଟ୍ରପତି ସାଇ-ଇଙ୍ଗ୍ ଓ୍ୱେନ ଋଷର ୟୁକ୍ରେନ ଦଖଲକୁ ନିନ୍ଦା କରୁଛନ୍ତି । ଏହା ସହ ସେ ଉଭୟ ଦେଶକୁ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ ମଧ୍ୟ କରିଛନ୍ତି ।