ଆସନ୍ତା ୧୫ ତାରିଖରୁ ଗଡ଼ିପାରେ ଟ୍ରେନ, ରେଳ ମନ୍ତ୍ରାଳୟ ଆରମ୍ଭ କଲା ପ୍ରସ୍ତୁତି !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଏପ୍ରିଲ୍ ୧୫ ରୁ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ କରୁଛି ଭାରତୀୟ ରେଳବାଇ। ଜାତୀୟ ଗଣମାଧ୍ୟମ
ପିଟିଆଇ ଅନୁଯାୟୀ ରେଳବାଇ ଟ୍ରେନ୍ ସେବା ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଇଆରସିଟିସି ୱେବସାଇଟକୁ ଚାଲୁ କରାଯାଇଥିବା ବେଳେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ କିମ୍ବା ୨୧ ଦିନ ଲକଡାଉନ ପରେ ଟ୍ରେନ୍ ଟିକେଟ୍ ବୁକ୍ କରିପାରିବେ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ରେଳବାଇ ପକ୍ଷରୁ ଟ୍ରେନ୍ ଡ୍ରାଇଭର, ଷ୍ଟେସନ୍ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଟ୍ରେନର ସମୟ ସାରଣୀ ପଠାଇଛି। ବାତିଲ ହୋଇଥିବା ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେବାକୁ ରେଳ ବୋର୍ଡ ସମସ୍ତ ୧୭ ଟି ଜୋନାଲ ରେଳବାଇକୁ କହିଛି। ଏଠାରେ ସୂଚନା ଥାଉ କି, କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରେଳବାଇ ବୋର୍ଡ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମସ୍ତ ଟ୍ରେନକୁ ବନ୍ଦ କରି ଦେଇଛି। ରେଳ ଷ୍ଟେସନରେ ଏବଂ ଟ୍ରେନରେ କରୋନା ଭୂତାଣୁ ସଂକ୍ରମଣକୁ ଏଡାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ଯାତ୍ରୀମାନଙ୍କର ଥର୍ମାଲ୍ ସ୍କ୍ରିନିଂ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ଅନ୍ତର୍ଭୂକ୍ତ ହେବ।
ଏହା ବ୍ୟତୀତ ୨୧ ଦିନିଆ ଲକଡାଉନ୍ ପରେ ଷ୍ଟେସନରେ ବହୁ ସଂଖ୍ୟାରେ ଜନସମାଗମ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ। କରୋନା ଭୂତାଣୁଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଘୋଷଣା କରିଥିଲେ ।