ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା : ୩ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

0

ବାରଙ୍ଗ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନନ୍ଦନକାନନରେ ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ପର୍ଯ୍ୟଟକଙ୍କୁ ଆକ୍ରମଣ। ଗୋଡ଼ାଇ ଗୋଡ଼ାଇ ପିଟିଲେ। ଲହୁ ଲୁହାଣ କଲେ । ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ୩ ଜଣ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଗତକାଲି ଅପରାହ୍ନରେ ଏପରି ଘଟଣା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଘଟିଥିଲା। ଅପର ପକ୍ଷରେ ଘଟଣାର ତଦନ୍ତ କରି ଦୋଷୀ ଠିକାଦାର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ।

ସୂଚନାନୁଯାୟୀ, ରବିବାର ନନ୍ଦନକାନନ ବସ୍ ସଫାରୀ ଟିକେଟ କାଉଣ୍ଟରରେ ଛତିଶଗଡ଼ର କିଛି ପର୍ଯ୍ୟଟକ ଟିକେଟ କାଟିବାକୁ ବାଧ୍ୟ କରିବା ପରେ କାଉଣ୍ଟର କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ନନ୍ଦନକାନନ ସଫାରୀ ବସ୍ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ପର୍ଯ୍ୟଟକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା।

Leave a comment