ମହିଳାଙ୍କୁ ବିମାନରେ ନେବା ମହଙ୍ଗା ପଡିଲା, ପର୍ଯ୍ୟଟନ ମନ୍ତ୍ରୀ ଇସ୍ତଫା ଦାବିକଲା ବିରୋଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ ଖର୍ଚ୍ଚରେ ଦୁଇ ମହିଳାଙ୍କୁ ହାଇଦ୍ରାବାଦ ନେବା ଭାରି ପଡିଲା ପର୍ଯ୍ୟଟନ ମନ୍ତ୍ରୀଙ୍କୁ । ଆଜି ବିଧାନସଭାରେ ଏହାକୁ ନେଇ ବିରୋଧୀ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଇସ୍ତଫା ଦାବି କରିଛନ୍ତି । ସେମାନେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ସେ ମହିଳା ମାନଙ୍କ ପରିଚୟ ସାର୍ବଜନୀନ କରିବାକୁ କହି ହଟ୍ଟଗୋଳ କରିଛନ୍ତି । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କୁ ପ୍ରଶ୍ନ ଉଠାଇଥିଲେ କି, ସରକାରୀ ଟଙ୍କାରେ ଦୁଇ ମହିଳାଙ୍କୁ ମନ୍ତ୍ରୀ କାହିଁକି ହାଇଦ୍ରାବାଦ ଗସ୍ତ କରିଥିଲେ ସେନେଇ ଜବାବ ଦିଅନ୍ତୁ ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ପର୍ଯ୍ୟଟନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଗୃହରେ ଦାବି କରିଥିଲେ । ସେ ମନ୍ତ୍ରୀଙ୍କ ବରଖାସ୍ତ ମଧ୍ୟ ଦାବି କରିଥିଲେ । ସାଲୁଜା କହିଥିଲେ, ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ କେହି କେବେ ପ୍ରଶ୍ନ ଉଠାଇନଥିଲେ କିନ୍ତୁ ପର୍ଯ୍ୟଟନ ମନ୍ତ୍ରୀ ଯାହା କଲେ ତାହା ଲଜ୍ୟା । ସାରଥି ବାବା ଜଣେ ଯୁବତୀଙ୍କୁ ନେଇଥିଲେ ବୋଲି ଗିରଫ ହୋଇଥିଲେ । କିନ୍ତୁ ଏଠାରେ ଦୁଇ ଜଣ ଯାଇଥିଲେ । ୫ଟି ସରକାରରେ ବିଧାୟକଙ୍କୁ ଘର ମିଳୁନି କିନ୍ତୁ ସରକାରୀ ଟଙ୍କାରେ ଅଏସ ଆରାମ କରାଯାଉଛି । ଲୋକେ କହୁଛନ୍ତି ଗାଈ ବାଛୁରୀ ମନ୍ତ୍ରୀଙ୍କ ସହ ଯାଇଥିଲେ ।

Leave a comment