କାଲି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ୭୨୩୩  ବୁଥରେ ହେବ ମତଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି । ମତଦାନ ପରିଚାଳନା କରିବା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଚଳିତ ନିର୍ବାଚନରେ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୨୯ ଲକ୍ଷ ୭୨ ହଜାର ୯୨୫ ପୁରୁଷ, ୩୦ ଲକ୍ଷ ୩୦ ହଜାର ୨୨୨ ମହିଳା, ୫୬୦ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏହି ପର୍ଯ୍ୟାୟ ମତଦାନ ପରିଚାଳନା ପାଇଁ ୪୭ ହଜାର ୮୦୫ ଜଣ  ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ମତଦାନ ସକାଶେ ୭୨୩୩ ମତଦାନ କେନ୍ଦ୍ର  ସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ୨୩୭୫ଟି ସମ୍ବେଦନଶୀଳ ବୁଥ ରହିଥିବାବେଳେ ୩୦ଟି ମହିଳା ବୁଥ୍‌ ଖୋଲାଯାଇଛି । ଭୋଟ ସାମଗ୍ରୀ ନେବା ପାଇଁ ୮୮୭୭ ଯାନବାହନ ନିୟୋଜିତ କରାଯାଇଛି ବୋଲି  ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

Leave a comment