କାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି, ସାମିଲ ହେବେନି ମମତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସନ୍ଧ୍ୟା ୭ଟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଉତ୍ସବରେ ୬ ହଜାର ୫ଶହ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସହିତ କେତେଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ମମତା ଏହି ଉତ୍ସବରେ ସାମିଲ ହେବେ ନାହିଁ ବୋଲି ଆଜି ସୂଚନା ମିଳିଛି । ରାଜନୈତିକ କାରଣରୁ ସେ ଏଥିରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି ।

ଏହି ଉତ୍ସବରେ ନେପାଳ, ଭୁଟାନ୍‌, ମରିସସ୍‌ ଆଦିର ପ୍ରଧାନମନ୍ତ୍ରୀଙ୍କ ସମେତ ଶ୍ରୀଲଙ୍କା, ମ୍ୟାନ୍‌ମାର୍‌ ଓ ବାଂଲାଦେଶର ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଥାଇଲାଣ୍ଡ୍‌, କିରଗିଜ୍‌ସ୍ତାନ ଆଦିର ପ୍ରତିନିଧି ଯୋଗଦେବେ ବୋଲି ଶୁଣାଯାଉଛି । ଏହି ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ, କମଲହାସନ ମଧ୍ୟ ଯୋଗଦେବେ ।

Leave a comment