ଆସନ୍ତକାଲି ହୋଲି ପାଇଁ ସକାଳୁ ବନ୍ଦ ରହିବ ମୋ’ ବସ୍ ସେବା, ଦ୍ୱିତୀୟାର୍ଦ୍ଧରୁ ପୁଣି ଚାଲିବ

0

ଆସନ୍ତକାଲି ମାର୍ଚ୍ଚ ୮ ତାରିଖ ହୋଲି ଉତ୍ସବକୁ ଦୃଷ୍ଟିରେ ରଖି ମୋ’ ବସ୍ ଚଳାଚଳ ଉପରେ କଟକଣା ଲଗାଯାଇଛି। ହୋଲି କାରଣରୁ କାଲି ସକାଳୁ ରାଜଧାନୀ ଭୁବନେଶ୍ବର ଓ ରାଉରକେଲାରେ ଚଳାଚଳ କରୁଥିବା ମୋ ବସ ବନ୍ଦ ରହିବ। କ୍ରୁଟ୍‌ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍‌ କରାଯାଇଥିବା ସଂଶୋଧିତ ସାରଣୀ ଅନୁଯାୟୀ ଦିନର ଦ୍ୱିତୀୟାର୍ଦ୍ଧରେ ମୋ ବସ୍‌ ସେବା କାର୍ଯ୍ୟକ୍ଷମ ହେବ ।

ସେହିପରି ଆସନ୍ତା ମାର୍ଚ୍ଚ ୮ ତାରିଖରୁ ଭୁବନେଶ୍ୱରରେ ଚଳାଚଳ କରୁଥିବା ମୋ’ ଇ-ରାଇଡ୍‌ ହୋଲି ପାଇଁ ସାରା ଦିନ ବନ୍ଦ ରହିବ ବୋଲି ଜଣାପଡିଛି।

Leave a comment