ଆଜି ପୌରାଞ୍ଚଳ ପାଇଁ ଉପାଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର : ଆଜି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ତା’ ସହିତ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ମଧ୍ୟ ପଡିବ ଭୋଟ। ୧୦୫ ପୌରାଞ୍ଚଳରେ ରହିଛି ୫୮ଟି ଏନ୍ଏସି ଓ ୪୭ଟି ମ୍ୟୁନ୍ସିପାଲଟି। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ ହେବ।
୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ହେବ ଭୋଟ। ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ଦଖଲ କରି ଦବଦବା ବଜାୟ ରଖିବାକୁ ବିଜେଡି ଲକ୍ଷ୍ୟ ରଖିଛି। ରାଜ୍ୟର ୧୫ଟି ପୌର ପରିଷଦରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ। ତଥାପି ଯେଉଁ ସବୁ ସ୍ଥାନରେ ମ୍ୟାଜିକ ନମ୍ବର ପାଇଁ ଅଳ୍ପ କାଉନ୍ସିଲରଙ୍କ ଦରକାର ହେଉଛି, ସେଠାରେ ଉପାଧ୍ୟକ୍ଷ ପଦ ହାତେଇବାକୁ କଳ ବଳ କୌଶଳ ଲଗାଇ ଦେଇଛି ବିଜେଡି।