ଆଜି ମହାପ୍ରଭୁଙ୍କ ବନକଲାଗି ନୀତି
ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।
ପାରମ୍ପରିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆପାତତଃ ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ନୀତିକାନ୍ତି ହେବ । ଅନ୍ୟପଟେ ଦୁଇବର୍ଷ ପରେ ଆଡ଼ପ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କର ଲାଗୁଛି ଅସମ୍ଭବ ଭିଡ଼ । ଆଡ଼ପ ଅବଢ଼ା ପାଇ ନିଜକୁ କୃତାର୍ଥ ମଣୁଛନ୍ତି ଭକ୍ତ ।