ଆଜି ଶ୍ରୀକ୍ଷେତ୍ର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ରଥଯାତ୍ରାରେ ହେବେ ସାମିଲ

0

ଆଜି ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପରେ ରଥଯାତ୍ରାରେ ସାମିଲ ହେବା ନେଇ କାର୍ଯ୍ୟକ୍ରମ ରହିଛି ।

ବିଦେଶରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସିଧା ସିଧା ପୁରୀକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଦିନ ୧୦ଟା ୧୦ ମିନିଟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଠିକ୍‌ ୧୦ଟା ୧୫ ମିନିଟରେ ହେଲିକପ୍ଟର ଯୋଗେ ପୁରୀ ଗସ୍ତ କରିବେ । ୧୦ଟା ୧୫ରେ ପୁରୀରେ ପହଞ୍ଚିବେ ବୋଲି କୁହାଯାଇଛି । ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପରିକ୍ରମା ମାର୍ଗ ବୁଲି ଦେଖିବେ । ପରେ ପରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ ।

Leave a comment