ଆଜି ଦ୍ୱିତୀୟ ଥର ପିସିସି ସଭାପତି ଭାବେ ଦାୟିତ୍ୱ ନେବେ ଶରତ ପଟ୍ଟନାୟକ

0

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦୀର୍ଘ ୧୮ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବେ ମଙ୍ଗ ଧରିବେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ । ଦଳକୁ ସଜାଡିବାକୁ ଉଦ୍ୟମ କରିବେ ଶରତ ପଟ୍ଟନାୟକ। ଦାୟିତ୍ୱ ନେବା ପୂର୍ବରୁ ଗତକାଲି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଶରତ ପଟ୍ଟନାୟକ ।

୧୮ବର୍ଷ ପୂର୍ବର ଆହ୍ଵାନ ଅପେକ୍ଷା ୨୦୨୨ର ଆହ୍ଵାନ କଂଗ୍ରେସ ରାଜ୍ୟ ମୁଖିଆଙ୍କ ପାଇଁ ଅନେକ ଗୁରୁତ୍ୱ ରଖୁଛି । ପ୍ରଥମ ଥର ପାଇଁ ପସିସି ସଭାପତି ଦାୟିତ୍ୱ ନେବା ପରେ ଆଜିଠାରୁ ଦୁଇ ଦିନିଆ ନବସଂକଳ୍ପ ଶିବିରରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଥିଲେ ଶରତ ପଟ୍ଟନାୟକ ।

Leave a comment