ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

0

ଓଡିଶା ଫାଷ୍ଟ( ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଜଗତର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ ଲାଗି ସାଧୁସନ୍ଥମାନେ ପ୍ରସ୍ତୁତ ହେଲେଣି ।
ଏହି ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ, ଆସାମ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ପ୍ରଭୃତି ରାଜ୍ୟରୁ ବହୁ ସଂଖ୍ୟାରେ ମହିମାଧର୍ମାବଲମ୍ବୀ ସାଧୁସନ୍ଥ ତଥା ଭକ୍ତ ଯୋଗଦେବେ। ଅନ୍ୟ ଦେଶର ପର୍ଯ୍ୟଟକମାନେ ମଧ୍ୟ ଏହି ସମୟରେ ଯୋରନ୍ଦାଗାଦି ପରିଭ୍ରମଣରେ ଆସିବେ। ଏଥର ବାର୍ଷିକ ମାଘ ମେଳାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ସାଧୁ, ଭକ୍ତ ଓ ସ୍ଥାନୀୟ ଜନସାଧାରଣଙ୍କର ସମାଗମ ହେବାର ଆଶା କରାଯାଉଛି। ମେଳାରେ ଶାନ୍ତିଶଙ୍ଖଳା ରକ୍ଷା ପାଇଁ ଜଣେ ଏଏସ୍‌ପି ,୪ଜଣ ଡିଏସ୍‌ପି, ଏସ୍‌.ଆଇ ଓ ଏଏସ୍‌ଆଇ ୪୯ଜଣ, ହାବିଲ୍‌ଦାର ୧୦ଜଣ, ଟ୍ରାଫିକ୍ ପୁଲିସ ୬ଜଣ, ହୋମ୍ ଗାର୍ଡ ୧୩୨ ଓ ୮ ପ୍ଲାଟୁନ୍ ସଶସ୍ତ୍ର ପୋଲିସ ମୁତୟନ ହେବେ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି ।

Leave a comment