ଆଜି ପବିତ୍ର ସାବିତ୍ରୀ ବ୍ରତ; ବିଭିନ୍ନ ମନ୍ଦିରରେ ମହିଳାଙ୍କ ଗହଳି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପବିତ୍ର ସାବିତ୍ରୀ ବ୍ରତ ପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ମହିଳାଙ୍କ ଗହଳି ଦେଖିବାକୁ ମିଳିଛି । ଭୁବନେଶ୍ୱରର ରାମ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସମେତ ଅନେକ ମନ୍ଦିରର ସାମ୍ନାରେ ପୂଜା ପାଇଁ ମହିଳା ମାନେ ହାତରେ ଭୋଗ ଓ ଫୁଲ ଧରି ଲମ୍ବା ଧାଡ଼ି‌ରେ ଛିଡ଼ା ହେଇଛନ୍ତି । ଭୁବନେଶ୍ୱରର ଚିନ୍ତାମଣିଶ୍ୱର ମନ୍ଦିରରେ ସାବିତ୍ରୀ ପାଇଁ ଶ୍ରାଦ୍ଧକୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଦେବୀ ସାବିତ୍ରୀଙ୍କୁ ଓଡ଼ିଶାର ପୁରପଲ୍ଲୀରେ ଉପାସନା କରାଯାଏ । ସେ ସଧବା ନାରୀଙ୍କ ଆଦର୍ଶ। ବିଶ୍ୱାସ ରହିଛି ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ତେବେ ଏହି ବ୍ରତ କିପରି ଆରମ୍ଭ ହେଲା ଓ ସାବିତ୍ରୀ ମା’ କିଏ, ତାହା ଜଣାପଡ଼େ ସାବିତ୍ରୀ କିମ୍ବଦନ୍ତୀରୁ। ଏହି ଦିନ ପରମ୍ପରା ଓ ବିଧିବିଧାନର ସହ ସଧବା ନାରୀ ବ୍ରତ ପାଳନ କରିଥାନ୍ତି। ଏ ଅବସରରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଏ। ଉଖୁଡ଼ା, ନଡ଼ିଆ, ଆଖୁ, ଖଇ, ଛେନା, ଗୁଡ଼, ନାନାଦି ଫଳ ସଜାଡ଼ି, ଅରୁଆ ଚାଉଳ, ଦୁବ ଓ ନାନା ପ୍ରକାର ଫୁଲରେ ପୂଜା କରାଯାଏ। ଏହାପରେ ବ୍ରତକାରିଣୀମାନେ ବ୍ରତ ବାନ୍ଧନ୍ତି।

Leave a comment