ଆଜି ପବିତ୍ର ସ୍ନାନପୂର୍ଣ୍ଣିମା: ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀଜିଉମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ । ମହାପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତକଣ୍ଠା ରହିଛି । ସୂଚନାଯୋଗ୍ୟ, ପ୍ରଭୁ ଜଗନ୍ନାଥ ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସେହିଦିନ ଠାରୁ ମହାପ୍ରଭୁଙ୍କୁ ସ୍ନାନମଣ୍ଡପରେ ଗଜାନନ ବେଶ ଅର୍ଥାତ ହାତୀ ବେଶ କରାଯାଇ ଆସୁଛି ।

ମହାପ୍ରଭୁଙ୍କ ଏହି ମାନବୀୟ ଲୀଳାଖେଳାକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ୧୩୫୫ ପ୍ଲାଟୁନ ପୋଲିସ ସମତେ ୫୨ ପ୍ଲାଟୁନ ପୋଲସ ଫୋର୍ସ ଉପସ୍ଥିତ ଅଛନ୍ତି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ପାକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭୁବନେଶ୍ୱର ଓ କୋଣାର୍କ ପାଶ୍ୱର୍ରୁ ଆସୁଥିବା ଭକ୍ତମାନେ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିପାରିବେ । ଟାଉନ ବସ୍‌ରେ ବଡ଼ଦାଣ୍ଡକୁ ଆସିବାକୁ ଚାହୁଁଥିଲେ, ମେଡିକାଲ ଛକରେ ଓହ୍ଲାଇବାକୁ ପଡ଼ିବ ।

କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେଲା ମହାପ୍ରଭୁଙ୍କ ଏହି ମନଲୋଭା ବେଶ ଦେଖିବା ପାଇଁ ବଞ୍ଚିତ ହୋଇଥିଲେ । କରୋନା କାଳରେ ଲୋକେ ଟେଲିଭିଜନ ମାଧ୍ୟମରେ ସ୍ନାନଯାତ୍ରା ଦେଖିଥିଲେ । କେବଳ ଶ୍ରୀକ୍ଷେତ୍ର ନୁହେଁ, ରାଜ୍ରର ଅନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ଏଥିରେ ବାରିପଦା, କେନ୍ଦ୍ରାପଡ଼ା, କେନ୍ଦୁଝର, ସାରର ଶ୍ରୀକ୍ଷେତ୍ର (କୋରାପୁଟ) ଆଦି ରହିଛି ।

Leave a comment