ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ କେଉଁ ରାଶି ପାଇଁ କେତେ ଶୁଭ ଓ କେଉଁ ରାଶି ଉପରେ ପଡିବ ଏଭଳି ପ୍ରଭାବ

0

ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ପ୍ରାୟ ୧୩୦ ବର୍ଷ ପରେ ବୁଦ୍ଧ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଲାଗୁଛି। ତୁଳା ରାଶି ଓ ସ୍ୱାତୀ ନକ୍ଷେତ୍ରରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ୪ ଘଣ୍ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ଲାଗି ରହିବ। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଓ ପୁଣେ ଭଳି ସହରରେ ଚନ୍ଦ୍ର ଗ୍ରହଣ ଦେଖାଯିବ।

ଆଜି ରାତି ୮.୪୫ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ରାତି ୧ ଟାରେ ସରିବ। ୮.୪୫ରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଥିବା ବେଳେ ୧୦.୫୩ରେ ପୂର୍ଣ୍ଣଗ୍ରାସ ହେବ। ରାତି ୧ଟାରେ ଏହା ଶେଷ ହେବ। ଚନ୍ଦ୍ର ଗ୍ରହଣର ସମ୍ପୂର୍ଣ୍ଣ ସମୟ ଅବଧି ୪ ଘଣ୍ଟା ୧୫ ମିନିଟ ୩୪ ସେକେଣ୍ଡ ରହିବ। ଭାରତ ସହିତ ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରାଶନ୍ତା ମହାସାଗର, ଆଣ୍ଟଲାଟିକ ମହାସାଗର, ହିନ୍ଦ ମହାସାଗର ଓ ଆଣ୍ଟାର୍କାଟିକାରେ ଏହାର ଅଦ୍‌ଭୁତ ଦୃଶ୍ୟ ଦେଖିବାକୁ ମିଳିବ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାହାର ଶୁଭ ଏବଂ ଅଶୁଭ ପ୍ରଭାବ ୧୨ଟି ରାଶି ଉପରେ ଅନୁଭୁତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି। ଭୋପାଳ ବାସିନ୍ଦା ଜ୍ୟୋତିଷ ତଥା ବାସ୍ତୁ ପରାମର୍ଶଦାତା ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମାଙ୍କ ଅନୁଯାୟୀ, ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଚତୁର୍ଗ୍ରହୀ ଯୋଗରେ ଚନ୍ଦ୍ରଗ୍ରହଣ ଘଟୁଛି। ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ମାତ୍ରେ ଏହି ଯୋଗ ମେ ୧୫ରେ ଶେଷ ହେବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେଷ ରାଶି ଜାତକଙ୍କ ପାଇଁ ଚାକିରିରେ ନୂତନ ସୁଯୋଗ ଆଣିବ ଲକ୍ଷ୍ୟ ହାସଲ ହେବା ସହିତ ବ୍ୟବସାୟରେ ଲାଭ ମିଳିବ। ସେହିପରି ସିଂହ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିବ। ସ୍ଥଗିତ କାର୍ଯ୍ୟ ଶୀଘ୍ର ଶେଷ ହେବ। କିଛି ବଡ ସଫଳତା ହାତରେ ଳାଗିବ। ଧନୁରାଶି ଜାତକଙ୍କ କ୍ୟାରିୟରରେ ଅନେକ ଭଲ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଏକରୁ ଅଧିକ ଆୟର ଉତ୍ସ ହେବାକୁ ଯାଉଛି। ଏହା ବ୍ୟତୀତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମୀନ ରାଶି ଜାତକଙ୍କ ପାଇଁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାପ୍ତ କରିବ। କ୍ୟାରିୟର ଏକ ନୂତନ ଦିଗ ମିଳିବ। ପ୍ରିୟ ଲୋକ ଏବଂ ପୁରୁଣା ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ରହିବ। ସ୍ବାତୀ ନକ୍ଷତ୍ରରେ ଜନ୍ମ ଜାତକମାନେ ସତର୍କ ରହିବା ଆବଶ୍ୟକ। ଏହା ବ୍ୟତୀତ ତୁଳା ରାଶିର ଜାତକଙ୍କୁ ମଧ୍ୟ ସତର୍କ ରହିବାକୁ ପଡିବ କାରଣ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ରାଶିରେ ଘଟୁଛି।

ଉପଛାୟା ଚନ୍ଦ୍ର ଗ୍ରହଣ କ’ଣ ?

ଆସନ୍ତାକାଲି ଲାଗୁଥିବା ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ। ପ୍ରତ୍ୟେକ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ। ଅନେକ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରି ବାହାରି ଯାଇଥାଏ। ଏହି ସମୟରେ ଚନ୍ଦ୍ର ଧୂଆଁଳିଆ ଦେଖାଯାଇଥାଏ। ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ କୁହାଯାଏ। ଉପଛାୟା ଚନ୍ଦ୍ର ଗ୍ରହଣରେ ଧାର୍ମିକ ମହତ୍ୱ ନଥିବାରୁ ଏଥିରେ ନିୟମ ପାଳନ କରାଯାଏ ନାହିଁ।

Leave a comment

You cannot copy content of this page