ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆଜି ପ୍ରଥମ ସମନ୍ୱୟ ବୈଠକ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ଆଜି ବସୁଛି ପ୍ରଥମ ସମନ୍ୱୟ ବୈଠକ । ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ହେବ ଆଲୋଚନା। ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ନିଆଯିବ ନିଷ୍ପତ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଶୃଙ୍ଖଳିତ ନୀତି. ପୋଲିସ ଓ ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋଚନା ହେବ ।

କରୋନା କାରଣରୁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ କୋଭିଡ୍ ସ୍ଥିତିକୁ ଦେଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ବୈଠକରେ ଆଲୋଚନା କରାଯିବାର କାର୍ୟ୍ୟକ୍ରମ ରହିଛି । ପ୍ରଥମ ଦିନରେ ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ରଥ ଚକାର ତୁମ୍ୱ ପାଇଁ କାଠ କଟା କାମ ଆରମ୍ଭ ହୋଇଛି। କରତି ସେବକମାନେ କାଠଗଣ୍ଡିକୁ ତୁମ୍ୱ ମାପରେ କାଟିବା ଆରମ୍ଭ କରିଛନ୍ତି । ତିନି ରଥ ପାଇଁ ତୁମ୍ବ କାଠ କାଟି ରଥଖଳାରେ ବିଶ୍ବକର୍ମାମାନଙ୍କ ଜିମା ଦେବା ପରେ ବିଶ୍ୱକର୍ମାମାନେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିବେ ।

Leave a comment