ଆଜି ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ

0

ଭୁବନେଶ୍ୱର : ଆଜି ମହା ବିଷୁବ ସଂକ୍ରାନ୍ତି ଏବଂ ନବବର୍ଷ । ପଣା ସଂକ୍ରାନ୍ତି । ମନ୍ଦିର ,ଘରେ ସବୁଠାରେ ପଣା ପୂଜାର ବିଧି ରହିଛି। ଚୈତ୍ର ମାସର ଶୁକ୍ଲ ପକ୍ଷରେ ପୂର୍ଣ୍ଣିମା ଦିନ, ହନୁମାନଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ବଜରଙ୍ଗବାଲିଙ୍କ ବିଧି-ବିଧାନରେ ପୂଜା କରାଯାଏ। ଆଜି ମା’ ଶାରଳାଙ୍କ ପୀଠରେ ପାଳିତ ହେଉଛି ଝାମୁ ଯାତ୍ରା । ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ, ସକାଳୁ ମା’ଙ୍କର ଦେଵନୀତି ସମ୍ପନ୍ନ ହେବା ସହ ଦିନ ୧୨ଟା ବେଳେ ମାଙ୍କୁ ଏକ ସୁସଜିତ ବିମାନରେ ନଣ୍ଡା ଦେଉଳ ନିକଟସ୍ଥ ଚରକି ପଡିଆକୁ ନିଆଯିବ ।

ସେଠାରେ ମୀନ ସଂକ୍ରାନ୍ତି ଠାରୁ ଗାଁ ଗାଁ ବୁଲି ମା’ ଙ୍କର ମହିମା ପ୍ରଚାର କରୁଥିବା ଘଟ ସେବକ ମାନେ ଆଜି ବ୍ରତ ଶେଷ କରି ମା’ଙ୍କ ଆଗରେ ନିଆଁ ରେ ଚାଲି ଅଗ୍ନି ପରୀକ୍ଷା ଦେବେ । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ଝାମୁ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କରିପାରିନଥିବା ବେଳେ ଚଳିତ ବର୍ଷ କଟକଣା ଉଠି ଯାଇଥିବାରୁ ଆଜି ଦୂର ଦୁରନ୍ତରରୁ ଶ୍ରଦ୍ଧାଳୁ ମାନନଙ୍କର ଅଧିକ ସମାଗମ ହେବାର ଆଶା କରା ଯାଉଛି । ଶ୍ରଦ୍ଧାଳୁ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a comment