ଆଜି ରାତି ୯ରେ କୌନ ବନେଗା କରୋଡ଼ପତିରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିତାଭ ବଚନ, ଦେଖନ୍ତୁ ଭିଡ଼ିଓ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୨୮ ରୁ କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ର ପ୍ରଚାର ପ୍ରସାର ରେ ରାଜ୍ୟ ସରକାର ପୁରା ଦମ ଲଗାଇ ଦେଇଛନ୍ତି । ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ପ୍ରଚାର ପାଇଁ ଆଜି ରାତି ୯ ଟାରେ ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବିସିରେ ହେବାକୁଥିବା ଏହି ସ୍ୱତନ୍ତ୍ର ଉପସ୍ଥାପନା ନେଇ ଗତ କିଛିଦିନ ପୂର୍ବରୁ ୫୦ ସେକେଣ୍ଡର ପ୍ରମୋ ଭିଡିଓ ଟେଲିଭିଜନ ଏବଂ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ହକି ବିଶ୍ୱକପ କୁ ସଫଳ କରିବାକୁ ସବୁ ପ୍ରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ସେଥିପାଇଁ ଆଜି ରାତି ୯ ଟାରେ ସୋନି ଟଭିରେ ପ୍ରସାରିତ ‘କୌନ ବନେଗା କରୋଡ଼ପତି’ ବା କେବିସି ଶୋ’ରେ କିପରି ହକି କୁ ଓଡ଼ିଶାରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି ସେକଥା ବଖାଣିବେ ନବୀନ । ଏହି କାର୍ଯ୍ୟକ୍ରମରେ ହକିର କିଛି ଖେଳାଳି ମଧ୍ୟ ଉପସ୍ଥିତ ରହିବେ । ନବୀନଙ୍କ ହକି ପ୍ରତି ଏହି ଭଲ ପାଇବାକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି ।

ଭାରତୀୟ ହକି ଟିମ୍ ଯେତେବେଳେ ପୁଣିଥରେ ବିଶ୍ୱର ଶ୍ରେଷ୍ଠ ୫ଟି ଦଳରେ ସ୍ଥାନ ପାଇଛି ସେତେବେଳେ ଦେଶବାସୀ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଏବଂ ହକି ପ୍ରତି ଓଡିଶାବାସୀଙ୍କ ଭଲପାଇବା କଥା ଏହି ସୋ’ରେ ଲୋକଲୋଚନକୁ ଆଣିବେ ଅମିତାଭ । ତେବେ ଏହି କାର୍ଯ୍ୟକ୍ରମର ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ କ୍ରିକେଟ୍ ଜଗତର ଭଗବାନ ସଚିନ ତେନ୍ଦୁଲକର ମଧ୍ୟ ହକି ବିଶ୍ୱକପ ଆୟୋଜନ ଏବଂ ହକି ଟିମକୁ ଶୁଭେଚ୍ଛା ଜଣାଇବା ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ହକି ବିଶ୍ୱକପର ପ୍ରଚାର ପାଇଁ ବିଦେଶରେ ପ୍ରଚାର କରାଯିବା ସହ ଏହାର ଉଦଘାଟନୀ ସଙ୍ଗୀତର ଦାୟିତ୍ୱ ଏ. ଆର ରହେମାନ ଓ ଗୁଲଜାରଙ୍କୁ ଦିଅ ଯାଇଥିବା ବେଳେ କିଛିଦିନ ତଳେ ସୁପର ଷ୍ଟାର ଶାହାରୁଖ ଖାନ କୁ ନବୀନ ଟ୍ୱିଟ ଯୋଗେ ଆମନ୍ତ୍ରଣ କରିଥିଲେ । ଯାହାକି ଶାହାରୁଖ ସ୍ୱୀକୃତି ଦେଇଥିବା ଜଣାପଡିଛି ।

Leave a comment