ଆଜି ଗଡିବ ‘ ମୁଁ ହିରୋ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫:୦୦ରେ’ବିଜୁ ଯୁବ ବାହିନୀ’ର ରାଜ୍ୟସ୍ତରୀୟ ଏକ ନୂତନ କାର୍ଯ୍ୟକ୍ରମ ‘ମୁଁ ହିରୋ’ର ଆଜି କଟକରେ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍ ରେ ମୁଖ୍ୟମନ୍ତ୍ରୀ ‘ମୁଁ ହିରୋ ରଥ’ର ଶୁଭାରମ୍ଭ କରିବେ । ଏହି ରଥର ମୁଖ୍ୟ ଲକ୍ଷ ହେଲା ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପରିବେଶ, ନାରୀ ସଶକ୍ତିକରଣ କରିବାରେ ସହଯୋଗ କରିବା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବା । କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଲୁଚିରହିଥିବା ପ୍ରତିଭାଙ୍କୁ ଖୋଜିବା । ଏହି ରଥ ଆସନ୍ତା ୨ମାସ ପର୍ୟ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ ଭ୍ରମଣ କରିବ।
ଏତତ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା ବ୍ୟୟରେ ନିର୍ମିତ କଟକ ଡିସିପିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ କରିବେ। ଏହି କାର୍ଯ୍ୟାଳୟରେ ଜୁଭେନଇଲ ପୋଲିସ ୟୁନିଟ ଓ ଇନଭେଷ୍ଟିଗେଟିଂ ୟୁନିଟସ୍ ଫର୍ କ୍ରାଇମ୍ ଏଗେନେଷ୍ଟ ଓମେନ୍ ଭଳି ଦୁଇଟି ନୂତନ ବିଭାଗ ଖୋଲାଯିବ ।
ଏହି ତିନି ମହଲା କୋଠାଟି ଓଡ଼ିଶା ପୁଲିସ ହାଉସିଂ ଆଣ୍ଡ ଓ୍ଵଲ୍ଫେୟାର କର୍ପୋରେସନ୍ ପକ୍ଷରୁ ନିର୍ମାଣ ହୋଇଛି । ଏହାର ମୂଳ ଲକ୍ଷ୍ୟ ହେଲା ଗୋଟିଏ ସ୍ଥାନରେ ଡିସିପିଙ୍କ କାର୍ଯ୍ୟାଳୟ, ସ୍ପେସାଲ ସ୍କ୍ଵାଡ୍ ଅଫିସ୍, ପୁଲିସ କମିସନରଙ୍କ କ୍ୟାମ୍ପ ଅଫିସ୍, ଟେକ୍ନିକାଲ୍ ସ୍କ୍ଵାଡ୍, କ୍ଲରିକାଲ୍ ସେକ୍ସନ, ଲାଇସେନ୍ସ ସେକ୍ସନ, ଡିଆଇବି, ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍, କ୍ରାଇମ୍ ସେକ୍ସନ, ମାନବ ଚାଲାଣ ନିରୋଧ ୟୁନିଟ୍, ଗୋପନୀୟ ବିଭାଗ,ଏଷ୍ଟାବ୍ଲିସ୍ମେଣ୍ଟ ସେକ୍ସନ, ବିଲ୍ଡିଂ ସେକ୍ସନ୍, ଗ୍ରିଭାନ୍ସ ସେଲ୍ ଆଦି ଖୋଲାଯିବ ।