ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୯ରାଜ୍ୟର ୭୧ ଆସନ ପାଇଁ ଚାଲିଛି ମତଦାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୯ଟି ରାଜ୍ୟରେ ମୋଟ ୭୧ଟି ଆସନ ପାଇଁ ମତଦାନ କରୁଛନ୍ତି ଭୋଟର । ବିହାରର ୫ ଆସନ, ଝାଡଖଣ୍ଡର ୩, ମଧ୍ୟପ୍ରଦେଶର ୬, ମହାରାଷ୍ଟ୍ରର ୧୭, ଓଡିଶାର ୬, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୧୩, ଜମ୍ମୁ-କଶ୍ମୀରର ଗୋଟିଏ ଏବଂ ପଶ୍ଚିମବଙ୍ଗର ୮ ଆସନରେ ୯୪୩ ପ୍ରାର୍ଥୀ ରହିଛନ୍ତି ।

ସେହିପରି ଓଡ଼ିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୁରଭଂଜ, ଭଦ୍ରକ ଓ ବାଲେଶ୍ଵର ଲୋକ ସଭା ଓ ଏହା ଅଧୀନ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ବରିଷ୍ଠ ବିଜେଡି ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁ ପାଟକୁରା ବିଧାନସଭା ଲାଗି ଭୋଟ ହେଉନାହିଁ । ସମସ୍ତ ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଲୋକ ସଭା ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ରହିଛି । କଂଗ୍ରେସ ପକ୍ଷରୁ ପୂର୍ବଭଳି ଆଇନଜୀବୀ ଧରଣୀଧର ନାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ତାହାର ସମସ୍ତ ବଳ ପ୍ରୟୋଗ କରି ଏହି ଆସନକୁ ହାତେଇବାକୁ ଚେଷ୍ଟା କରୁଛି । ବିଜେପି ମଧ୍ୟ ବିଜେଡିକୁ କଡ଼ା ଟକ୍କର ଦେଉଛି ।

Leave a comment