ରାଜ୍ୟରେ ୪,୧୮୦ ନୂଆ କରୋନା ମାମଲା, ୧୩ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ରାଜ୍ୟରେ ଆଜି ୪,୧୮୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨,୪୬୬ ସଂଗରୋଧ କେନ୍ଦ୍ରର ଓ ୧,୭୧୪ ଜଣ ସ୍ଥାନୀୟ ବୋଲି ଜଣାପଡିଛି। ସେହିପରି ଆଜି କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୮୮ ପଜିଟିଭ ମାମଲା ରହିଛି। ସେହିପରି କଟକରୁ ୪୯୨, ଯାଜପୁରରୁ ୧୮୪, ପୁରୀ ଓ ସୁନ୍ଦରଗଡ଼ରୁ ୧୬୬ ଲେଖାଏଁ, ମୟୂରଭଞ୍ଜରୁ ୧୬୩, ରାୟଗଡ଼ାରୁ ୧୬୦, ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୩୩, ସମ୍ବଲପୁରରୁ ୧୨୭, ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡ଼ାରୁ ୧୨୧, ବରଗଡ଼ରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡାରୁ ୮୩, ଭଦ୍ରକରୁ ୮୧, କନ୍ଧମାଳରୁ ୭୭, ନବରଙ୍ଗପୁର, କେନ୍ଦୁଝର ଓ ବଲାଙ୍ଗିରରୁ ୭୩ ଲେଖାଏଁ, କଳାହାଣ୍ଡି ଓ ଢ଼େଙ୍କାନାଳରୁ ୬୭ ଲେଖାଏଁ, ସୋନପୁରରୁ ୬୨, ଗଞ୍ଜାମରୁ ୫୮, ବୌଦ୍ଧରୁ ୫୬, ନୟାଗଡ଼ ଓ ନୂଆପଡ଼ାରୁ ୫୪ ଲେଖାଏଁ, ମାଲକାନଗିରିରୁ ୫୩, ଗଜପତିରୁ ୨୫ ଓ ଦେବଗଡ଼ରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ରେ ପହଞ୍ଚିଛି। ସେଥିରୁ ୧,୩୩,୪୬୬ ଜଣ ସୁସ୍ଥ ହୋଇସାରିଥିବାବେଳେ ୩୭,୧୪୦ ଜଣ ସକ୍ରିୟ ଅଛନ୍ତି।
ସେହିପରି ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ପୁଣି ୧୩ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩ ଜଣ, କେନ୍ଦ୍ରାପଡ଼ା ଓ ପୁରୀର ୨ ଜଣ ଲେଖାଏଁ ଏବଂ ବରଗଡ଼, ବଲାଙ୍ଗିର, କଟକ, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜର ଜଣେ ଲେଖାଏଁ ରହିଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି।