ରାଜ୍ୟରେ ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୬୫୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।


ସଂକ୍ରମିତଙ୍କ ମଧ୍ୟରୁ ୧୮୪୪ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୮୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଅନୁଗୁଳରୁ ୫୮, ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୯୪, ବଲାଙ୍ଗିର ୨୪, ବୌଦ୍ଧ ୯, କଟକ ୩୧୨, ଦେଓଗଡ଼ ୧, ଢ଼େଙ୍କାନାଳ ୧୩୨, ଗଜପତି ୨୯, ଗଞ୍ଜାମ ୨୦୭, ଜଗତସିଂହପୁର ୭୮, ଯାଜପୁର ୮୫, ଝାରସୁଗୁଡ଼ା ୫୯, କଳାହାଣ୍ଡି ୮୨, କନ୍ଧମାଳ ୨୨, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କୋରାପୁଟରୁ ୧୩୯, ମାଲକାନଗିରି ୩୨, ମୟୂରଭଞ୍ଜ ୨୧୫, ନବରଙ୍ଗପୁର ୪୬, ନୟାଗଡ଼ ୬୭, ନୂଆପଡ଼ା ୭୯, ପୁରୀ ୧୩୬, ରାୟଗଡ଼ା ୧୩, ସମ୍ବଲପୁର ୮୩, ସୋନପୁର ୨୨, ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି ।

Leave a comment