କୁବେର ଦେବଙ୍କୁ ପ୍ରସନ୍ନ ପାଇଁ ଆପଣ।ନ୍ତୁ ଏହି ଉପାୟ

0

ହିନ୍ଦୁ ଧର୍ମରେ ଦେବୀଦେବତାଙ୍କ ସହତି କିଛି ଖାସ ଗଛ ରହିଛି ଯାହାକୁ ପୂଜା କରାଯାଏ। ଭଗବାନଙ୍କ ସହ ଏହି ସବୁ ଗଛର ସମ୍ପର୍କ ରହିଛି ବୋଲି ବିଶ୍ୱାସ ରହିଛି। ଏହିପରମ୍ପରା ବହୁ ପୁରାତନ। ଅନେକ ଗଛ ଏମିତି ଅଛି ଯେଉଁଠି ଦେବୀ ଦେବତା ବାସ କରନ୍ତି। ଏଥିମଧ୍ୟରୁ ଅଶ୍ୱସ୍ଥ ଗଛ, ବରଗଛ, ତୁଳସୀ, ବେଲ ଗଛ, କଦଳୀ ଗଛ, ଅଶୋକ ଗଛ, ଶମି ଗଛ ଆଦିରେ ଦେବତାମାନେ ବାସ କରନ୍ତି। ତେଣୁ ଏହିସବୁ ଗଛକୁ ପୂଜା କରାଯାଏ। ଏମାନଙ୍କ ମଧ୍ୟରୁ ବରଗଛ ପ୍ରମୁଖ ହୋଇଥାଏ। ମାନ୍ୟତା ରହିଛି ଏହି ଗଛର ସମ୍ପର୍କ କୁବେର ଦେବତାଙ୍କ ସହ ରହିଛି।

ବରଗଛକୁ ନିୟମିତ ରୂପେ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ତେଣୁ ପ୍ରତିଦିନ ଏହି ଗଛରେ ଜଳ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ୱାରା ଶୁକ୍ର ଗ୍ରହଙ୍କର ବିଶେଷ କୃପା ମିଳିଥାଏ। ଏହାସହ କୁବେର ଦେବଙ୍କର ମଧ୍ୟ ଆଶିର୍ବାଦ ମିଳିଥାଏ। ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଆପଣ ଏହି ଗଛକୁ ପୂଜା କରିପାରିବେ। ଏବେ ଜାଣନ୍ତୁ କେଉଁ ଉପାୟ କରିବେ..

ଜ୍ୟୋତିଷ ଶାସ୍ତ୍ରରେ ବରଗଛ ଫୁଲର ସମ୍ବନ୍ଧ କୁବେର ଦେବଙ୍କ ସହ ରହିଛି। ଏହି ଫୁଲ ସମ୍ପର୍କରେ ହୁଏତ କମ ଲୋକ ଜାଣିଥିବେ । ଏହି ଫୁଲ ଭୂମିରେ ପଡ଼ିନଥାଏ। କୁବେର ଦେବଙ୍କ ସମ୍ପଦ ହେଉଛି ଏହି ଫୁଲ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛର ବିଶେଷ ମହତ୍ତ୍ୱ ରହିଛି। ଶାସ୍ତ୍ର ମୁତାବିକ କୌଣସି ମାସର ଶୁଳ୍କ ପକ୍ଷ ଶୁକ୍ରବାର ଦିନ ବରଗଛକୁ ଲଗାଇବା ଶୁଭ ହୋଇଥାଏ। ଯଦି ନିୟମିତ ରୂପେ ଏଥିରେ ଜଳ ଅର୍ପଣ କରାଯାଏ ତେବେ ଜାତକରେ ଶୁକ୍ର ଆପଣଙ୍କ ଶକ୍ତିଶାଳୀ ହୋଇଯିବେ। ଆର୍ଥକ ସମସ୍ୟା ମଧ୍ୟ ଦୂର ହେବ। ଧନପତି କୁବେରଙ୍କ କୃପା ବର୍ଷିଥାଏ।
ଶୁକ୍ରବାର ଦିନ ଅମାବାସ୍ୟା ପଡୁଥିଲେ ଏହି ଗଛ ମୂଳରେ ଚାଉଳ କ୍ଷୀରି କରି ପୂଜା କରନ୍ତୁ। ଏହାଦ୍ୱାରା ଭୌତିକ ସୁଖ ମିଳିଥାଏ। ଭୋଗ ପରେ ଏହାକୁ ନିଜେ ଖାଆନ୍ତୁ ଓ ଅନ୍ୟଙ୍କୁ ଖୁଆନ୍ତୁ। ଅନ୍ୟପକ୍ଷରେ ଆପଣ କୌଣସି ଶୁକ୍ରବାର ଶୁକ୍ଳ ପକ୍ଷ ଏହି ଗଛର ଛୋଟ ମୂଳକୁ ଆଣି ଗଙ୍ଗା ଜଳରେ ଶୁଦ୍ଧ କରାନ୍ତୁ। ଏହାପରେ ମନସ୍କାମନା ପୁର୍ଣ୍ଣ ପାଇଁ ଚାନ୍ଦି ତାବିଜ ରେ ଏହାକୁ ଧାରଣ କରନ୍ତି। ଏମିତିରେ ଆପଣଙ୍କୁ ସକାରାତ୍ମକ ଶକ୍ତି ମିଳିଥାଏ। ଯଦି ଆପଣ ପ୍ରେମ ବିବାହ କିମ୍ବା ଘର କିଣିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ।

Leave a comment