ଜୀବନରେ ଖୁସିରେ ରହିବା ପାଇଁ ହେଲେ ଗୀତାର ଏହି ଉପଦେଶକୁ ସବୁବେଳେ ପାଳନ କରନ୍ତୁ
ଶ୍ରୀମଦ ଭଗବତ ଗୀତ ଜୀବନ ର ନିଛକ ସତ୍ୟକୁ ଦର୍ଶାଇଛି l ମଣିଷ ନିଜ ଜୀବନ ରେ ଯିବା ସମୟରେ ଏହି ପୃଥିବୀରୁ କିଛି ହେଲେ ନେଇକି ଯିବ ନାହିଁ l ତଥାପି ମଣିଷ କୁ ଜୀବନ ର ଭ୍ରମ ଠାରୁ ଦୁରେଇ ରହିବ ପାଇଁ ଭଗବାନ ଶ୍ରୀକୃଷ୍ନ ଖୁସି ରହିବାର ରହସ୍ୟ ବିଷୟରେ କହିଛନ୍ତି l କାହିଁକି ନା ମଣିଷ ଜୀବନ କ୍ଷଣ ସ୍ଥାୟୀ ଅଟେ l ସେ ନିଜ ଜୀବନ ରେ ସଫଳତା ଲାଭ କରିବା ଦ୍ୱାରା ଅହଂକାର ରେ ପୁରି ଉଠିଥାଏ l ତେଣୁ ମଣିଷ ର ଅହଂକାର ତାର ବଡ଼ ଶତ୍ରୁ ଅଟେ, ମଣିଷ ଯଦି ନିଜ ଜୀବନ ରେ ଅହଂକାର, ଘୃଣା, ନିନ୍ଦା ଇତ୍ୟାଦିକୁ ତ୍ୟାଗ କରିବ ତେବେ ଯାଇ ଗୋଟିଏ ସୁଖ ଜୀବନ ବିତାଇବ l ତେଣୁ ଆସନ୍ତୁ ଜାଣିବା ଗୀତାରେ ଭଗବାନ ଶ୍ରୀକୃଷ୍ଣ ଖୁସି ରହିବା ପାଇଁ କଣ ସୂଚନା ଦେଇଛନ୍ତି l
– ପର ଆଲୋଚନା ବ୍ୟକ୍ତିର ସୁଖର ବିନାଶର କାରଣ ଅଟେ l ତେଣୁ ମନୁଷ୍ୟ ପର ଚର୍ଚ୍ଚା ଠାରୁ ଦୂରେଇ ରହିବା ଦ୍ୱାରା ସୁଖ ଲାଭ କରିଥାଏ ଓ ଗୋଟିଏ ସୁଖୀ ଜୀବନ ଅତିବାହିତ କରିଥାଏ l ତେଣୁ ନିଜେ ଯଦି ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟର ଖୁସି କୁ ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ l
– ଭଗବାନ ଆପଣଙ୍କୁ ଯେତିକି ଦେଇଛନ୍ତି ସେତିକି ରେ ଖୁସି ରୁହନ୍ତୁ l ଯେଉଁମାନେ ନିଜର ତୁଳନା ଅନ୍ୟ ସହିତ କରନ୍ତି କଦାପି ଖୁସି ରେ ରହି ପାରନ୍ତି ନାହିଁ l ତେଣୁ ସବୁବେଳେ ଅଳ୍ପ ରେ ସନ୍ତୁଷ୍ଟ ହେବା ଶିଖନ୍ତୁ l
– ଅଭିଯୋଗ ମଣିଷ ର ଅଶାନ୍ତି ର କାରଣ ହୋଇଥାଏ ବୋଲି ଗୀତାରେ କୁହାଯାଇଛି l ତେଣୁ ସବୁବେଳେ ଅଳ୍ପ ରେ ସନ୍ତୁଷ୍ଟ ରହିବ ଶିଖନ୍ତୁ l ଅଭିଯୋଗ ଆପଣଙ୍କୁ ଅଶାନ୍ତି ଆଡକୁ ଟାଣି ନେବ ଓ ଜୀବନ ଦୁଃଖମୟ ହୋଇଯିବ l
– କଦାପି ଅତୀତ କୁ ମନେ ପକାନ୍ତୁ ନାହିଁ l କାହିଁକି ନା ମଣିଷ ସର୍ବଦା ବର୍ତମାନ ର କର୍ମ ର ଫଳ ଲାଭ କରିଥାଏ ଯାହା ତାକୁ ଜୀବନ ରେ ସୁଖ ସମୃଦ୍ଧି ପ୍ରଦାନ କରିଥାଏ l ବର୍ତମାନ ହେଉଛି ମଣିଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ l
– ନିଜର ମନର ଶାନ୍ତି ପାଇଁ କଳହ ଠାରୁ ବ୍ୟକ୍ତି ଦୁରେଇ ରହିବା ଆବଶ୍ୟକ l ଯେଉଁ ବ୍ୟକ୍ତି କଳି ଓ କଳହ ରେ ସମ୍ପୃକ୍ତ ରହିଥାଏ ସେ ନିଜର ଶାନ୍ତି କୁ ଭଗ୍ନ କରିଥାଏ l ତେଣୁ ଅଶାନ୍ତି ଠାରୁ ଦୂରେଇ ରହିବ ପାଇଁ ନିଜ ର କ୍ରୋଧ କୁ ନିୟନ୍ତ୍ରଣ କରନ୍ତୁ l