ଜୀବନରେ ସମସ୍ତ ପ୍ରକାରର ସଫଳତାର ଶିଢ଼ି ଚଢିବା ପାଇଁ ହେଲେ, ଗୀତାର ଏହି କିଛି କଥାକୁ ନିହାତି ପାଳନ କରନ୍ତୁ

0

ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଜୀବନର ଗତିପଥ କୁ ବଦଳାଇ ଦେଇଥାଏ l ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଗୋଟିଏ ମଣିଷ କିଭଳି ସଫଳ ହୋଇପାରିବ ତାହା ଦର୍ଶାଇଛନ୍ତି l ଜୀବନରେ ସମସ୍ତେ ସଫଳ ହେବାକୁ ଇଛା କରି ଥାଆନ୍ତି l ତେଣୁ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଦର୍ଶାଇଛନ୍ତି ଯେ ସଫଳ ହେବା ପାଇଁ ଅର୍ଜୁନ ଙ୍କ ମାଧ୍ୟମ କୁ ଗ୍ରହଣ କରିବାକୁ ପଡିବ l

– ଚାଣକ୍ୟ କହିଛନ୍ତି ଯେ ଶ୍ରୀମଦ୍ଭାଗବତ ଗୀତା ଅନୁସାରେ ମଣିଷ ନିଜର ଜନ୍ମ ଅନୁସାରେ ନୁହେଁ, ବରଂ ନିଜ କର୍ମ ଅନୁସାରେ ଶ୍ରେଷ୍ଠ ହୋଇଥାଏ l ତେଣୁ ଜୀବନ ରେ ସର୍ବଦା ଶ୍ରେଷ୍ଠ କାର୍ଯ୍ୟ କରିବା ଜରୁରୀ ଯାହା ଆମକୁ ମହାନ କରିବ l

– ଗୀତା ସାର ଅନୁସାରେ ସମୟ ସବୁଠୁ ବଳବାନ, ସମୟ ପୂର୍ବରୁ କିଛିବି ହୋଇପାରେ ନାହିଁ l ତେଣୁ ଆମେ ସର୍ବଦା କର୍ମ କରି ଚାଲିବା କିନ୍ତୁ ସମୟ କୁ ଅପେକ୍ଷା କରି ବସି ରହିବା ଉଚିତ ନୁହେଁ l ସମୟ ଆସିଲେ ମଣିଷ ଉପଯୁକ୍ତ ଫଳ ପାଇବ l

– କର୍ମ ପୂର୍ବରୁ କଦାପି ଫଳର ଆଶା ରଖିବା ଉଚିତ ନୁହେଁ l ସବୁବେଳେ ଭଲ କର୍ମର ଫଳ ଭଲ ଓ ଖରାପ କର୍ମର ଫଳ ଖରାପ ପ୍ରାପ୍ତି ହୋଇଥାଏ l ତେଣୁ ମଣିଷ କର୍ମ କରିଯିବା ଆବଶ୍ୟକ ଫଳର ଅଭିଳାଷ ରଖିବା ଜରୁରୀ ନୁହେଁ l ସମୟ ଆସିଲେ ଫଳ ଲାଭ ହେବ l

– କର୍ମ ବିନା ଜୀବନ ମୂଲ୍ୟହୀନ l କାହିଁକି ନା କର୍ମ ନକରି ଫଳର ଆଶା କରିବା କଦାପି ଉଚିତ ନୁହେଁ l କର୍ମ କରିଯିବା ଉଚିତ, ସମୟ ଆସିଲେ ଫଳ ପ୍ରାପ୍ତି ହୋଇଥାଏ l

– ବାସନା , କ୍ରୋଧ ଓ ଲାଳସା ଏହି ୩ଟି ନର୍କ ର ୩ଟି ଦ୍ବାର ଅଟନ୍ତି l ତେଣୁ ଏହି ୩ଟି କୁ ତ୍ୟାଗ କରିବା ହେଉଛି ଗୋଟିଏ ଉତ୍ତମ ବ୍ୟକ୍ତିର ସୁନ୍ଦର ଜୀବନ ର ରହସ୍ୟ l ଏହି ୩ଟି କୁ ତ୍ୟାଗ କଲେ ହିଁ ଜୀବନ ରେ ଆଗକୁ ଯିବାର ଓ ସଫଳତା ହେବାର ରାସ୍ତା ଖୋଲି ଯାଇଥାଏ l

– ଯେପରି ଦୁନିଆରେ ଋତୁର ପରିବର୍ତ୍ତନ ହୋଇଥାଏ, ସେହିଭଳି ଜୀବନ ରେ ଦୁଃଖ କିମ୍ବା ସୁଖ ମଧ୍ୟ ଚିରସ୍ଥାୟୀ ନୁହନ୍ତି l ତେଣୁ ଦୁଃଖ ସମୟରେ ଭାଙ୍ଗି ନପଡ଼ି କିମ୍ବା ସୁଖ ସମୟରେ ଅଧିକ ଖୁସି ହୋଇ ନିଜ କର୍ମ କୁ ତ୍ୟାଗ କରନ୍ତୁ ନାହିଁ l

– ଯେଉଁ ବ୍ୟକ୍ତି ନିଜେ ସୁଖୀ ରହିବାର ଲାଳସା ତ୍ୟାଗ କରିଥାଏ, ସେ ହିଁ କେବଳ ଜୀବନରେ ଖୁସିରେ ରହିଥାଏ l ତେଣୁ ନିଜ ଖୁସି ପାଇଁ ଅନ୍ୟକୁ ଦୁଃଖରେ ପକାଇବା ଉଚିତ ନୁହେଁ l

Leave a comment