ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରିକଲା ଦଳୀୟ ସ୍ଲୋଗାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଶନିବାର ପ୍ରକ୍ରିୟା ଆରମ୍ଭ କରିଛି। ଏଥିରେ ଦଳ ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ମମତା ବାନାର୍ଜୀଙ୍କ ବଡ଼ବଡ଼ ହୋର୍ଡିଂ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଇଛି। ଏଥିରେ ‘ନିଜ ଝିଅଙ୍କୁ ହିଁ ଚାହେଁ ବେଙ୍ଗଲ’( ବାଂଲା ନିଜେର ମେୟକେଇ ଚାୟ) ବଡବଡ ଅକ୍ଷରରେ ଲେଖିଛି।
ଟିଏମସି ନିର୍ବାଚନ ସ୍ଲୋଗାନରେ ମମତା ବାନାର୍ଜୀ ନିଜକୁ ବଙ୍ଗଳାର ଝିଅ ବୋଲି ସୂଚିତ କରି ରାଜ୍ୟରେ ସ୍ଥାନୀୟ ଓ ବାହ୍ୟ ବିତର୍କ ଆରମ୍ଭ କରିଛନ୍ତି। ଏହି ଅବସରରେ ଦଳ ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ରାଜ୍ୟରେ ଜନତା ମୁଖ୍ୟମନ୍ତ୍ରୀ ଭାବେ ନିଜ ଝିଅକୁ ଦେଖିବାକୁ ଚାହାନ୍ତି, ସେହି ଝିଅ ଯିଏ ଦୀର୍ଘ ବର୍ଷରୁ ସେମାନଙ୍କ ସେବା କରିଆସୁଛି। ଆମେ ଚାହୁଁନା ପଶ୍ଚିମବଙ୍ଗରେ କେହି ବାହାରର ଲୋକ ଶାସକ ହୁଅନ୍ତୁ ବୋଲି କହିଛନ୍ତି ପାର୍ଥ।

Leave a comment