ଭୟଙ୍କର ବାତ୍ୟାର ରୂପ ନେଉଛି ‘ତିତ୍ଲି’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଙ୍କ ସୂଚନା ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ‘ତିତ୍ଲି’ ଭୟଙ୍କର ବାତ୍ୟାର ରୂପ ନେବା ଆରମ୍ଭ କରିଦେଇଛି ।
ସୂଚନା ଅନୁଯାୟୀ, ଡିପ୍ ଡିପ୍ରେସନ୍ ‘ତିତ୍ଲି’ ଆସନ୍ତା ୧୮ ଘଣ୍ଟାରେ ଏହା ଅତି ଭୟଙ୍କର ବାତ୍ୟାର ରୂପ ନେବ । ଏବେ ଗୋପାଳପୁରଠୁ ୩୭୦ କିମି ଦୂରରେ ଓ କଳିଙ୍ଗପଟନମ୍ ଠାରୁ ୩୧୦ କିମି ଦୂରରେ ରହିଛି ‘ତିତ୍ଲି’ । ୧୧ ତାରିଖ ସକାଳେ ‘ତିତ୍ଲି’ କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ‘ତିତ୍ଲି’ ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟା ପ୍ରତି ୧୬୦ କିମି ବେଗରେ ପବନ ବହିବା ଅନୁମାନ କରାଯାଉଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାରୁ ବିଭିନ୍ନ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି।