ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଟ୍ରେନର ରହଣିସ୍ଥଳ ଅନ୍ୟତ୍ର କରିବାକୁ ଦାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାହାର ରାଜ୍ୟରୁ ଆସୁଥିବା ଟ୍ରେନ ଗୁଡିକ ଷ୍ଟପେଜ ଅନ୍ୟତ୍ର କରିବାକୁ ମୁଖ୍ୟଶାସନ ସଚିବକଙ୍କୁ ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଅନୁରୋଧ କରାଯାଇଛି । ଗତକାଲି ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ଼ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିଥିଲା । ଷ୍ଟେସନରେ ଶହଶହ ଲୋକଙ୍କ ଗହଳି ଲାଗିଥିଲା । ଏହାଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଥିଲେ । ଅନ୍ୟପକ୍ଷରେ ସେମାନେ ବ୍ୟବହାର କରୁଥିବା ଜନିଷପତ୍ର ଗୁଡିକୁ ଏଣେତେଣେ ଫିଙ୍ଗୁଥିବାରୁ ସଂକ୍ରମଣ ଆଶଙ୍କା କରାଯାଉଛି । ତେଣୁ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଟ୍ରେନ ଗୁଡିକର ରହଣିସ୍ଥଳ ଅନ୍ୟତ୍ର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏନେଇ ଏକ ଅଭିଯୋଗପତ୍ର ପ୍ରଦାନ କରାଯାଇଛି ।

Leave a comment