ମୋଦିଙ୍କୁ ପ୍ରଶଂସାରେ ଶତମୁଖ୍ ଟାଇମ୍ସ ମାଗାଜିନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ପୂର୍ବରୁ ମୋଦିଙ୍କୁ ଦେଶର ମୁଖ୍ୟ ବିଭାଜନକାରୀ (ଇଣ୍ଡିଆସ ଡିଭାଇଡର ଇନ ଚିଫ) ଭାବେ ଅଭିହିତ କରିଥିଲା ଟାଇମ୍ସ ମାଗାଜିନ୍ । ସେତେବେଳେ ଏହାକୁ ନେଇ ଦେଶ ଓ ବିଦେଶରେ ଖୁବ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ନିର୍ବାଚନ ପରେ ସ୍ବର ବଦଳାଇଛି ଏହି ମାଗାଜିନ୍ । ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟ ପରେ ଏହା ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଉଠିଛି । ଏବେ ଟାଇମ ମାଗାଜିନ ମୋଦିଙ୍କୁ ଭାରତରେ ଏକତା ଆଣିଥିବା ପ୍ରଧାନମନ୍ତ୍ରୀ ଭାବେ ଦର୍ଶାଇଛି । ମାଗାଜିନ୍ର ଏକ ଆର୍ଟିକିଲରେ ଦର୍ଶାଯାଇଛି, ମୋଦି ହେଉଛନ୍ତି ଦେଶରେ ଏକତା ଆଣିଥିବା ପ୍ରଧାନମନ୍ତ୍ରୀ ।
ମୋଦି ଭାରତକୁ ଏମିତି ଭାବରେ ଏକଜୁଟ କରି ରଖିଛନ୍ତି ବିଗତ ଦଶନ୍ଧିରେ କୌଣସି ପ୍ରଧାନମନ୍ତ୍ରୀ ଏମିତି କରି ନଥିଲେ । ପୂର୍ବ ନିର୍ବାଚନ ଅପେକ୍ଷା ଏଥର ମୋଦି ଅଧିକ ସପୋର୍ଟ ପାଇଛନ୍ତି ବୋଲି ଆର୍ଟିଲରେ ଉଲ୍ଲେଖ କରାଯାଇଛି । ତେବେ ଟାଇମ ମାଗାଜିନ୍ର ଏହି ଆର୍ଟିକିଲ୍କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ର ପ୍ରଧାନ ଏହି ଆର୍ଟିକିଲକୁ ନେଇ ଏକ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି, ଯେତେବେଳେ ମିଡିଆ ମୋଦିଙ୍କୁ ଡିଭାଣଡର ଉନ୍ ଚିଫ୍ ଭାବେ ଦର୍ଶାଇବାରେ ବ୍ୟସ୍ତ ଥିଲା ସେତେବେଳେ ଦେଶରେ ଏକତା ରକ୍ଷା କରିବା ପାଇଁ ମୋଦି କାର୍ଯ୍ୟ କରୁଥିଲେ । ଏବେ ସେହି ମିଡିଆ ନିଜ ଇଲ୍ୟୁଜନର ଉତ୍ତର ରଖିଥିବାରୁ ଧନ୍ୟବାଦ ।