ତୃତୀୟ ଲହର ପୂର୍ବରୁ ଟିକା ନେଇଗଲେ ସଂକ୍ରମଣ ହାର ଯଥେଷ୍ଟ କମିଯିବ : ସ୍ବାସ୍ଥ୍ୟ ବିଶେଷଜ୍ଞ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ତ୍ରିପୁରା, ମହାରାଷ୍ଟ୍ରରେ ଗତ ୨ ଦିନ ତଳେ ଦେଖା ଦେଇଥିବା ମାତ୍ରାଧିକ ସଂକ୍ରମଣ ଡେଲଟା ପ୍ଲସ୍ ନୁହେଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ସ୍ପଷ୍ଟ କରିଛନ୍ତି । ୯୦ ପ୍ରତିଶତ ରୋଗୀ ଡେଲଟା ଭାରିଏଣ୍ଟରେ ଆକ୍ରାନ୍ତ ।  କେରଳରେ ଦେଶର ସବୁଠାରୁ ଅଧିକ ଟେଷ୍ଟିଂ ହେଉଛି ତେଣୁ ରୋଗୀ ଅଧିକ ବାହାରୁଛନ୍ତି ।  

ଆମ ଦେଶକୁ ଏଯାଏଁ ଲାମ୍ବଡା ଭାରିଏଣ୍ଟ ଆସିନି ।  କିନ୍ତୁ ଆମ ଦେଶରେ ଯେମିତି ଏହା ପ୍ରବେଶ ନ କରେ ସେଥିପାଇଁ ଯଥେଷ୍ଟ ବ୍ୟବସ୍ଥା କରିବା ଦରକାର । ଦେଶରେ ଏବେ ଯେଉଁ ଟିକା ମିଳୁଛି ତାହା ସମସ୍ତେ ନେବା ଦରକାର ।  କାରଣ ଆମେ ଏଯାଏଁ ଦ୍ବିତୀୟ ଲହରରେ ସୀମିତ ଅଛୁ ।  ତୃତୀୟ ଲହର ପୂର୍ବରୁ ଟିକା ନେଇଗଲେ, ଏହାର ସଂକ୍ରମଣ ହାର ଯଥେଷ୍ଟ କମିଯିବ ।  ଆଗକୁ ବୁଷ୍ଟର ଡୋଜ୍ କଥା ଚିନ୍ତା କରିବା କଥା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

Leave a comment