ଏସ୍ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏସ୍ଟିଏଫ୍ । ଏସ୍ଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରି । ରାୟଗଡା ଜିଲ୍ଲା ଗୁଣୁପୁର ରାମନଗୁଡା ନିକଟରୁ ଧରିଲା ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସ୍ଟିଏଫ୍ ।
ଖବର ଅନୁଯାୟୀ, ରାୟଗଡା ଜିଲ୍ଲାର ରାମନଗୁଡ଼ା ନିକଟରେ ବାଘ ଛାଲ ବିକ୍ରି ଡିଲ୍ ଚାଲିଥିଲା । ଏନେଇ ଗୁଇନ୍ଦା ସୂଚନା ପାଇ ଚଢାଉ କରିଥିଲା ଏସ୍ଟିଏଫ୍ । ଏହି ଚଢାଉରେ ରାୟଗଡ଼ା ଚନ୍ଦ୍ରପୁର ଅଞ୍ଚଳର ଜୟନ୍ତ ବିବାରକୁ ଗିରଫ କରିଛି । ଏହାସିହତ ତା ନିକଟରୁ ଗୋଟିଏ କଲତାପତରିଆ ବାଘ ଛାଲ ଜବତ ହୋଇଛି ।