ଏକାଠି ସ୍କ୍ରିନ ସେୟାର କରିବେ ଟାଇଗର-ରଶ୍ମିକା
ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ପୁଣିଥରେ କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ସହ କାମ କରିବା ପାଇଁ ଯାଉଛନ୍ତି। ଆଗକୁ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ୍ ଏଣ୍ଟରଟେନ୍ମେଣ୍ଟରେ ମଧ୍ୟ ଟାଇଗର ନଜର ଆସିବେ। ଫିଲ୍ମରେ ତାଙ୍କ ସହ ନଜର ଆସିବେ ‘ପୁଷ୍ପା’ ଫେମ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା।ଏବେ ଏହି ଫିଲ୍ମର ନାଁ ଓ ସୁଟିଂକୁ ନେଇ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ଟାଇଗର ଶ୍ରଫ୍-ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମର ନାଁ ‘ସ୍କ୍ରୁ ଢିଲା’ ରଖା ଯାଇଛି। ଟାଇଗରଙ୍କ ଚରିତ୍ରକୁ ଦୃଷ୍ଟିରେ ରଖି ଫିଲ୍ମର ଏଭଳି ନାଁ ରଖାଯାଇଛି। ଟାଇଗର ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ର କରିଛନ୍ତି। ଏଭଳି ସ୍ଥିତିରେ ଫିଲ୍ମର ନାଁ ଟିକେ ଅଲଗା ରଖାଯାଇଛି। ଫିଲ୍ମର ଲିଡ୍ କାଷ୍ଟ କରାଯାଇଥିବା ବେଳେ ଏବେ ନେଗେଟିଭ୍ ରୋଲ୍ ଖୋଜା ଯାଉଛି। ଅନ୍ୟପଟେ କୁହାଯାଉଛି ଯେ ଏହି ଫିଲ୍ମ ଆଗାମୀ ବର୍ଷ ରିଲିଜ୍ ହେବ।