ରାସ୍ତାକଡରୁ ଦୁଇଟି ଟିଫିନ୍ ବୋମା ଜବତ, ଭୟରେ ଗାଁ ଲୋକେ

ଓଡିଶା ଫାଷ୍ଟ( ବ୍ୟୁରୋ) : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାକଡ଼ରୁ 2 ଟି ଟିଫିନ ବୋମା ଜବତ ହୋଇଥିବା ଜଣାପଡ଼ିଛି। ଗାଁର ଜଣେ ଯୁବକ ଟିଫିନ ବୋମା ଦେଖି ପୁଲିକୁ ସୂଚନା ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ସହ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଗାଁର ରାସ୍ତାରେ କିପରି ଟିଫିନ ବୋମା ଆସିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ। ମାତ୍ର ବୋମାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।