ବିଧାୟକ ସୁଶାନ୍ତ ସିଂଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ପୋଲିସ- ଛାତ୍ର କଂଗ୍ରେସ ମୁହାଁମୁହିଁ

0

ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି । ସୁଶାନ୍ତ ସିଂହଙ୍କ ମୋବାଇଲ ଜବତ କରି ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ । ସୁଶାନ୍ତଙ୍କର ନବଙ୍କ ସହ ଶତ୍ରୁତା ଥିବାରୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି ହୋଇଛି । ସୁଶାନ୍ତ ସିଂହଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ନବ ଦାସଙ୍କ ସହିତ ସୁଶାନ୍ତ ସିଂଙ୍କର ଶତ୍ରୁତା ରହିଥିଲେ ସୁଦ୍ଧା ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ।

ରାଜ୍ୟର ତତ୍‌କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୁଲିସ୍‌ କେବଳ ଗୋପାଳ ଦାସଙ୍କୁ ଗିରଫ କରି ବସି ରହିଛି। ଏହା ପଛର କାରଣ ଜାଣିବାକୁ ତତ୍ପରତା ପ୍ରକାଶ କରୁନି ବୋଲି କହିଛି କଂଗ୍ରେସ ।

ପଶ୍ଚିମ ଓଡ଼ିଶାରେ ନବ ଦାସ ଓ ସୁଶାନ୍ତ ସିଂ ଉଭୟ ବାହୁବଳୀ ନେତା ଥିଲେ। ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଲାଗି ରହୁଥିଲା। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠି ସାରିଥିବା ବେଳେ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଛି। ଏହାସତ୍ତ୍ୱେ ପୁଲିସ୍‌ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ଅଭିଯୋଗ କରି ଆଜି ରାସ୍ତାକୁ ଓହ୍ଲାଇ ଗର୍ଜିଛି କଂଗ୍ରେସ । ସୁଶାନ୍ତ ସିଂହଙ୍କ ମୋବାଇଲ ଜବତ କରି ତଦନ୍ତ ଦାବି କରାଯାଇଛି।

ନବ ଦାସ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ତାଙ୍କ ହତ୍ୟା ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛି କଂଗ୍ରେସ।

ଛାତ୍ର କଂଗ୍ରେସ କର୍ମୀମାନେ ଆଜି ଏହି ଦାବି ନେଇ ସୁଶାନ୍ତଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନ ବେଳେ ଉଭୟ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ସୁଶାନ୍ତ ସିଂଙ୍କ ଘର ଉପରକୁ ଅଣ୍ଟା ଓ ଟମୋଟ ମାଡ଼ କରିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ସେମାନଙ୍କୁ ଅବରୋଧ କରିବାକୁ ଉଦ୍ୟମ କରି ବହୁ ପୁଲିସ୍‌ କର୍ମୀଙ୍କୁ ଗାଡ଼ିରେ ଭର୍ତ୍ତି କରି ନେଇ ଯାଇଥିବା ଜଣାଯାଇଛି।

Leave a comment
<p>You cannot copy content of this page</p>